ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୬୬୯କୁ ବୃଦ୍ଧି

ଭୁବନେଶ୍ବର:  ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୧୦ ଜଣ ପୁରୁଷ ଅଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୬୯ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଭୁବନେଶ୍ବରରୁ ୩ଜଣ, ଗଜପତିରୁ ୨ଜଣ, ଖୋର୍ଦ୍ଧାରୁ ୨ଜଣ, ସୁବର୍ଣ୍ଣପୁରରୁ ଜଣେ ଏବଂ ବାଲେଶ୍ବରରୁ ଜଣେ ରହିଛନ୍ତି। ତେବେ ଆଜି ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସହ ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ଆଉ ୪,୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨,୫୦୨ ଓ ସ୍ଥାନୀୟ ଅଞ୍ଚଳରୁ ୧,୭୩୯ ଜଣ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରେ ମୃତ୍ୟୁବରଣ କରିଥିବା ଜଣେ ଆକ୍ରାନ୍ତ ଇସକେମିକ୍ ହୃଦ୍ ରୋଗ ଏବଂ ମଧୁମେହ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଛି। ସେହି ଭଳି କଟକରେ ମୃତ୍ୟୁବରଣ କରିଥିବା ଜଣେ ଆକ୍ରାନ୍ତ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ, ଉଚ୍ଚ ରକ୍ତଚାପ ଏବଂ ଟ୍ରିପଲ୍ ଭେସେଲ ରୋଗ, ଗଜପତିର ଜଣେ ଆକ୍ରାନ୍ତ ମଧୁମେହ ଏବଂ ଉଚ୍ଚ ରକ୍ତଚାପ, ଖୋର୍ଦ୍ଧାରୁ ଜଣେ ଓ ପୁରୀରୁ ମୃତ୍ୟୁବରଣ କରିଥିବା ୨ଜଣ ଆକ୍ରାନ୍ତ ମଧ୍ୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ଜଣା ପଡ଼ିଛି।

ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮୯, ବୌଦ୍ଧରୁ ୯୪, ଦେବଗଡରୁ ୬, ଢେଙ୍କାନାଳରୁ ୬, ଗଜପତିରୁ ୨୩, ଗଞ୍ଜାମରୁ ୭୫ ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରପଡାରୁ ୧୦୩, କେନ୍ଦୁଝରରୁ ୭୭, କୋରାପୁଟରୁ ୯୮ ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୧୪୭ ନବରଙ୍ଗପୁରରୁ ୧୦୭ ନୟାଗଡରୁ ୯୪ ନୂଆପଡାରୁ ୯୯ ପୁରୀରୁ ୨୯୧ ରାୟଗଡାରୁ ୬୬ ସମ୍ବଲପୁରରୁ ୯୧ସୋନପୁରରୁ ୧୨୯, ସୁନ୍ଦରଗଡରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି ।

ଗତକାଲି ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୯ ଜଣ ପୁରୁଷ ଥିଲେ । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୫୬ ରେ ପହଞ୍ଚିଥିଲା।ଗତକାଲି ମାନସିକ ରୋଗରେ ପୀଡ଼ିତ ଥିବା କଳାହାଣ୍ଡିର ଜଣେ ୫୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେହିପରି ଖୋର୍ଦ୍ଧାର ୬୧ ବର୍ଷୀୟ ପୁରୁଷ, ମୟୁରଭଞ୍ଜର ୪୫ ବର୍ଷୀୟ ପୁରୁଷ, ସମ୍ବଲପୁରର ୬୫ ବର୍ଷୀୟ ପୁରୁଷ ପ୍ରାଣ ହରାଇଥିଲେ।
ସମ୍ବନ୍ଧିତ ଖବର