ରାଜ୍ୟରେ ପୁଣି ୧୪ କରୋନା ଜନିତ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୪୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କରୋନାରେ ପୁଣି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ସେମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ବରରୁ ଜଣେ, ଭଦ୍ରକରୁ ଜଣେ, ଭୁବନେଶ୍ବରରୁ ୨ ଜଣ, କଟକରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼ରୁ ୩ ଜଣ ଓ ପୁରୀରୁ ୨ ଜଣ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

‌କରୋନାରେ ମୃତ୍ୟୁ ବରଣ କରିଥିବା ଖୋର୍ଦ୍ଧାର ୫୨ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଥିଲା। ଭଦ୍ରକର ୫୬ ବର୍ଷିଅ ମୃତକଙ୍କର ମଧ୍ୟ ମଧୁମେହ ରୋଗ ଥିଲା। କଟକର ୭୯ ବର୍ଷିଅ ଓ କଳାହାଣ୍ଡିର ୭୦ ବର୍ଷିଅ ମୃତକଙ୍କର ପୂର୍ବରୁ ହାଇପରଟେନ୍‌ସନ ରହିଥିଲା। ଖୋର୍ଦ୍ଧାର ୪୫ ବର୍ଷିଅ ଓ ନୟାଗଡ଼ର ୮୦ ଓ ୬୩ ବର୍ଷିଅ ବ୍ୟକ୍ତି ଏବଂ ପୁରୀର ୫୨ ବର୍ଷିଅ ମହିଳାଙ୍କର ମଧ୍ୟ ପୂର୍ବରୁ ମଧୁମେହ ରହିଥିଲା। ସେହିପରି ପୁରୀର ୬୮ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ଉଭୟ ମଧୁମେହ ଓ ହାଇପରଟେନ୍‌ସନ ଥିଲା।  ଏହାଛଡ଼ା ଭୁବନେଶ୍ବରର ୨ଜଣ ଏବଂ ଗଞ୍ଜାମ ଓ କନ୍ଧମାଳର ଜଣେ ଲେଖାଏଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୩୪୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ ଆକ୍ରାନ୍ତ ଅଛନ୍ତି।  ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୧,୭୭,୫୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୧୦ ରହିଛି।

ସମ୍ବନ୍ଧିତ ଖବର