ରାଜ୍ୟରେ ପୁଣି ୧୭ ଜଣଙ୍କ ପ୍ରାଣହାନି, କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କରୋନାରେ ପୁଣି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ସେମାନଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ଜଣେ, ଭୁବନେଶ୍ବରରୁ ୩ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ଜଣେ, ଢେଙ୍କ‌ାନାଳରୁ ଜଣେ, କଟକରୁ ୨ ଜଣ, କଳାହାଣ୍ଡିରୁ ଜଣେ, ଜଗତ୍‌ସିଂହପୁରରୁ ଜଣେ, ଖୋର୍ଦ୍ଧାରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ନୟାଗଡ଼ରୁ ୨ ଜଣ, ରାୟଗଡ଼ରୁ ଜଣେ ଓ ପୁରୀରୁ ଜଣେ। ମୃତକମାନଙ୍କ ବୟସ ଯଥାକ୍ରମେ ୪୫, ୬୨, ୮୯, ୬୫, ୬୫, ୪୮, ୫୬, ୬୭, ୮୩, ୪୩, ୬୪, ୫୯, ୪୬, ୭୧, ୮୬, ୮୦ ଓ ୬୦।  ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

 

ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କର ପୂର୍ବରୁ ମଧୁମେହ ରୋଗ ସହ ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା। ମୃତକମାନଙ୍କ ମଧ୍ୟରେ ଶ୍ବାସ, ହାଇପରଟେନ୍‌ସନ ଓ କିଡ୍‌ନୀ ରୋଗୀ ମଧ୍ୟ ଥିଲେ। ସମୁଦାୟ ୧୭ ଜଣ କରୋନା ମୃତକଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି।

 

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି।

 

ସମ୍ବନ୍ଧିତ ଖବର