ଭୁବନେଶ୍ବର: ଖୋର୍ଧା ଜିଲ୍ଲାରେ କରୋନା ମୃତ୍ୟୁ ୨ଶହ ସଂଖ୍ୟା ଅତିକ୍ରମ କରିଛି। ଗଞ୍ଜାମ ପରେ ଖୋର୍ଧା ଦ୍ବିତୀୟ ଜିଲ୍ଲା ଭାବେ ମୃତ୍ୟୁ ସଂଖ୍ୟା ୨୦୧ରେ ପହଞ୍ଚିଛି। ତେବେ ଏଥିରୁ ୧୪୨ଜଣ କେବଳ ଭୁବନେଶ୍ବରରୁ ପ୍ରାଣ ହରାଇଛନ୍ତି। ଖୋର୍ଧା ଗ୍ରାମାଞ୍ଚଳରେ ୫୯ ମୃତ୍ୟୁ ହୋଇଛି। ଅପରପକ୍ଷରେ ଗଞ୍ଜାମ ତୁଳନାରେ ଖୋର୍ଧାରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର କମ୍ ରହିଛି। ଗଞ୍ଜାମରେ ସିଏଫ୍ଆର ୧ ପ୍ରତିଶତ ଥିବା ବେଳେ ଖୋର୍ଧାରେ ଏହା ୦.୪୩ ପ୍ରତିଶତ ରହିଛି।
ରାଜ୍ୟରେ କରୋନା ମୃତ୍ୟୁ ପୂର୍ବଭଳି ଜାରି ରହିଛି। ଆଜି କରୋନାରେ ୧୬ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ମୟୂରଭଞ୍ଜରେ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଧା ଓ କଳାହାଣ୍ଡିରୁ ୩ଜଣ ଲେଖାଏଁ, ନୂଆପଡ଼ା ୨, ଝାରସୁଗୁଡ଼ା, ଭଦ୍ରକ, ନୂଆପଡ଼ା ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୧୬୮କୁ ବୃଦ୍ଧି ପାଇଛି। ରାଜ୍ୟରେ ସାମଗ୍ରିକ ଭାବେ ସିଏଫ୍ଆର ୦.୪୪ ପ୍ରତିଶତ ରହିଛି।
କୋଭିଡ୍ ନମୁନା ପରୀକ୍ଷା କ୍ରମାଗତ ଭାବେ ରାଜ୍ୟରେ ହ୍ରାସ ପାଉଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୫,୦୨୭ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ୧୯୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୫.୪ ପ୍ରତିଶତ ରହିଛି। ୧୧୫ ସଙ୍ଗରୋଧରୁ ୭୮୯ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୨୧ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୪୬୫କୁ ବୃଦ୍ଧି ପାଇଛି। ନୂଆପଡ଼ା ୧୨୮, କଟକ ୧୧୧, ଅନୁଗୁଳ ୧୦୯, କେନ୍ଦ୍ରାପଡ଼ା ୧୦୬, ସୁନ୍ଦରଗଡ଼ ୧୦୦, ମୟୁରଭଞ୍ଜ ୯୩, ବାଲେଶ୍ବର ୯୦, କଳାହାଣ୍ଡି ୭୬, ଜଗତସିଂହପୁର ଓ ସୋନପୁର ୭୩ ଲେଖାଏଁ, ବଲାଙ୍ଗୀର ୬୬, ଝାରସୁଗୁଡ଼ା ୫୧, ଢେଙ୍କାନାଳ ୫୦, ଯାଜପୁର ଓ ପୁରୀ ୪୯ ଲେଖାଏଁ, ସମ୍ବଲପୁର ୪୪, ଷ୍ଟେଟ୍ ପୁଲ ଓ ନବରଙ୍ଗପୁର ୪୩ ଲେଖାଏଁ, ଗଞ୍ଜାମ ୩୯, କୋରାପୁଟ ୩୬, ବରଗଡ଼ ୩୫, ନୟାଗଡ଼ ୩୨, ମାଲକାନଗିରି ୩୦, ବୌଦ୍ଧ ୨୪, ଦେବଗଡ଼ ୨୧, ଭଦ୍ରକ ୧୯, ରାୟଗଡ଼ା ୧୭ ଏବଂ ଗଜପତିରୁ ୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଜି ୨୬୨୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୫୨ହଜାର ୧୯୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୮,୮୩୨କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୪୩୧ଜଣ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଜିଲ୍ଲାରେ ୨୭୯୪କୁ ଖସିଛି। ଏହାବାଦ୍ ଅନୁଗୁଳରୁ ୨୧୬, କଟକ ୧୯୭, ମୟୂରଭଞ୍ଜ ୧୩୧, ସୁନ୍ଦରଗଡ଼ ୧୨୫, କଳାହାଣ୍ଡି ୧୧୮, ବଲାଙ୍ଗୀର ୧୧୪, ବାଲେଶ୍ବର ଓ ନୂଆପଡ଼ାରୁ ୯୯ ଲେଖାଏଁ, ଯାଜପୁର ୯୩, ଝାରସୁଗୁଡ଼ା ୮୯, ସମ୍ବଲପୁର ୮୫, କେନ୍ଦ୍ରାପଡ଼ା ୭୦, ପୁରୀ ୬୫, ସୋନପୁର ୬୦, ଜଗତସିଂହପୁର ୫୯, କୋରାପୁଟ ୫୫, ନବରଙ୍ଗପୁର ୫୨, ଭଦ୍ରକ ୪୬, ନୟାଗଡ଼ ୩୯, କନ୍ଧମାଳ ୩୮, ଗଞ୍ଜାମ ୩୫, ବୌଦ୍ଧ ଓ କେନ୍ଦୁଝରରୁ ୩୨ ଲେଖାଏଁ, ଢେଙ୍କାନାଳ ୨୫, ମାଲକାନଗିରି ୨୪, ଦେବଗଡ଼ ୧୪, ରାୟଗଡ଼ା ୯ ଓ ଷ୍ଟେଟ୍ ପୁଲରୁ ୭୯ଜଣ ସୁସ୍ଥ ହୋଇଛନ୍ତି।