କରୋନା ନେଲା ଆଉ୨ ଜୀବନ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ବର: କରୋନାକୁ ନେଇ ଆସିଲା ପୁଣି ଏକ ବଡ ଖବର । ରାଜ୍ୟରେ କରୋନା ମହାମାରୀ ନେଇଛି ଆଉ ୨ ଜୀବନ । ଏହି ୨ ସଂକ୍ରମିତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି।   ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ପଟେ ଆଜି ରାଜ୍ୟରେ ରବିବାର ୯୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଂଜାମ ଜିଲ୍ଲାରେ ଆଜି ନୂଆ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହିତ ଜିଲ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି  । ମୃତକ ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କର ବୟସ ୩୮ବର୍ଷ ବୟସ ଏବଂ  ଅନ୍ୟ ଜଣଙ୍କ ବୟସ ୪୫ ବର୍ଷ ଥିବା ନେଇ ସୂଚନା ମିଳିଛି । ତବେ ମୃତକ ଦୁଇ ଜଣ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧିଙ୍କ ସୂତ୍ର ଅନୁସାରେ  ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଗତକାଲି ଗଞ୍ଜାମ ଜିଲ୍ଲାର ଦୁଇ ଜଣ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଥିଲା । ତେବେ ସେମାନଙ୍କ ମୃତ୍ୟୁ ସଂକ୍ରାନ୍ତରେ ସରକାରୀ ଭାବେ ସ୍ପଷ୍ଟ କରାଯାଇ ନ ଥିଲା, ଯାହା ଆଜି ସ୍ପଷ୍ଟ କରାଯାଇଛି । ଜଣେ ମୃତକ  ଶେରଗଡ଼ ବ୍ଲକ୍ ତହଁର ପଞ୍ଚାୟତର ୩୮ ବର୍ଷର ଯୁବକ ବୋଲି ସୂଚନା ମିଳିଛି। ଗତ ୪ ତାରିଖରେ ଟ୍ରେନ୍‌ରେ ଆସି ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଗତ ୮ ତାରିଖରେ ତାଙ୍କ ସ୍ବାବ୍ ନମୁନା ସଂଗ୍ରହ କରା ଯାଇଥିଲା। ପରେ ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ‌ଯୋଗେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌କୁ ନିଆ ଯାଇଥିଲା।

ସମ୍ବନ୍ଧିତ ଖବର