ରାଜ୍ୟରେ କରୋନା ମୃତ୍ୟୁ ହଜାରେ ଟପିଲା, ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ନିକଟତର

ଦିନକରେ ୨୮୫୪ ପଜିଟିଭ୍, ୧୫ ମୃତ, ସୁସ୍ଥ‌ ହେଲେ ୩୮୮୫ କୋଭିଡ୍‌ ରୋଗୀ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ହଜାର ଟପିଛି। ଆଜି ଆଉ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୦୬ରେ ପହଞ୍ଚିଛି। ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧକ ୪ଜଣ ରହିଛନ୍ତି। ଗଞ୍ଜାମ, କଟକରୁ ୨ଜଣ ଲେଖାଏଁ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ବାଲେଶ୍ବର ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଗଞ୍ଜାମରେ ସର୍ବାଧିକ ୨୨୨ଜଣ ପ୍ରାଣ ହରାଇଥିବା ବେଳେ ଜିଲ୍ଲାର କେସ୍ ଫାଟାଲିଟ୍‌ ରେଟ୍‌ ବା ସିଏଫ୍‌ଆର ୧.୧ ପ୍ରତିଶତ ରହିଛି। ଯାହାକି ରାଜ୍ୟର ଅନ୍ୟ ସବୁ ଜିଲ୍ଲା ତୁଳନା‌ରେ ସର୍ବାଧିକ। କଟକରେ ସିଏଫ୍‌ଆର ୦.୩୮ ପ୍ରତିଶତ, ପୁରୀରେ ୦.୬୨ ଓ ଖୋର୍ଧାରେ ୦.୪୧ ପ୍ରତିଶତ ରହିଛି। ସାମଗ୍ରିକ ଭାବେ ଓଡ଼ିଶାର ସିଏଫ୍‌ଆର ୦.୪୨ ପ୍ରତିଶତ ରହିଛି। ଯାହାକି ଦେଶର ଅନ୍ୟ ସର୍ବାଧିକ ସଂକ୍ରମିତ ରାଜ୍ୟ ତୁଳନାରେ କମ୍ ରହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫,୯୧୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି ଓ ତହିଁରୁ ୨୮୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିୟମିତ ବ୍ୟବଧାନରେ ରାଜ୍ୟରେ ଏବେ ନମୁନା ପରୀକ୍ଷା କମି କମି ଚାଲିଛି। ଖୋର୍ଧାରୁ ଦୀର୍ଘଦିନ ପରେ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୩,୧୫୫କୁ ବୃଦ୍ଧି ପାଇଛି। ଏହାବାଦ୍ କଟକରେ ୨୪୪ରୋଗୀଙ୍କୁ ମିଶାଇ ୨୩,୦୧୦, ଗଞ୍ଜାମରେ ୩୯ରୋଗୀଙ୍କୁ ମିଶାଇ ୨୦,୫୮୯ ରୋଗୀ ଚିହ୍ନଟ ହୋଇଛନ୍ତି।

image source-financial express

ସୁନ୍ଦରଗଡ଼ ୧୪୩, ଅନୁଗୁଳ ୧୩୧, ମୟୂରଭଞ୍ଜ ୧୨୭, ବାଲେଶ୍ବର ୧୧୬, ପୁରୀ ୧୧୪, ସମ୍ବଲପୁର ଓ କଳାହାଣ୍ଡିରୁ ୧୦୫ ଲେଖାଏଁ, ଯାଜପୁର ୯୯, ବଲାଙ୍ଗୀର ୯୭, ବରଗଡ଼ ୯୫, ନବରଙ୍ଗପୁର ୯୨, କେନ୍ଦ୍ରାପଡ଼ା ୯୧, ଷ୍ଟେଟ୍‌ ପୁଲ୍‌ ୮୮, ନୂଆପଡ଼ା ୮୩, ସୋନପୁର ୭୯, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୬୮ ଲେଖାଏଁ, କେନ୍ଦୁଝର ୬୭, ଭଦ୍ରକ ୬୬, ନୟାଗଡ଼ ୬୫, ମାଲକାନଗିରି ୬୧, କୋରାପୁଟ ୪୬, କନ୍ଧମାଳ ୪୫, ଢେଙ୍କାନାଳ ୪୩, ରାୟଗଡ଼ା ୨୯, ବ‌ୌଦ୍ଧ ୨୦, ଗଜପତି ୧୯ ଓ ଦେବଗଡ଼ରୁ ୧୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୯ହଜାର ୬୯୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୩୮୮୫ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୨୪ହଜାର ୨୭୩କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪,୩୬୧କୁ ଖସି ଆସିଛି। ଖୋର୍ଧାରୁ ଆଜି ୧୧୪୩ ‌ରୋଗୀ ସୁସ୍ଥ ହୋଇଛନ୍ତି। ଯାହା ଫଳରେ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୯୫୬କୁ ଖସି ଆସିଛି। ଏହାବାଦ୍ କଟକରୁ ୩୨୫, ପୁରୀ ୧୯୩, ଝାରସୁଗୁଡ଼ା ୧୫୩, ବାଲେଶ୍ବର ୧୩୩, ମୟୂରଭଞ୍ଜ ୧୨୯, ଯାଜପୁର ୧୨୬, କେନ୍ଦୁଝର ୧୨୪, କେନ୍ଦ୍ରାପଡ଼ା ୧୨୨, ସୁନ୍ଦରଗଡ଼ ୧୨୧, କଳାହାଣ୍ଡି ୧୧୨, ବଲାଙ୍ଗୀର ୧୦୩, ବରଗଡ଼ ୮୧, ନୂଆପଡ଼ା ୮୦, ଢେଙ୍କାନାଳ ୭୯, ଜଗତସିଂହପୁର ୭୨, ରାୟଗଡ଼ା ୭୦, ଭଦ୍ରକ ୬୪, କନ୍ଧମାଳ ୫୯, ନବରଙ୍ଗପୁର ୫୬, ନୟାଗଡ଼ ୫୨, ସୋନପୁର ୫୦, କୋରାପୁଟ ୪୮, ଗଞ୍ଜାମ ୪୨, ବୌଦ୍ଧ ଓ ମାଲକାନଗିରି ୨୬ ଲେଖାଏଁ, ଅନୁଗୁଳ ୧୯, ଦେବଗଡ଼ ୧୬, ଗଜପତି ୧୫ ଓ ଷ୍ଟେଟ୍‌ ପୁଲ୍‌ରୁ ୧୬୮ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର