କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲକଲେଜ୍ ଓ ସିନେମାହଲ୍ ବନ୍ଦ

ଭୁବନେଶ୍ୱର: କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କରୋନାଭାଇରସ ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଏଥିସହ ଏହାର ମୁକାବିଲା ଲାଗି ରାଜ୍ୟ କ୍ୟାବିନେଟ୍ ୨୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥବା ସୂଚନା ଦେଇଛନ୍ତି। ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଆଜି ଠାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛନ୍ତି ସରକାର। ତେବେ ବର୍ତ୍ତମାନ ପରୀକ୍ଷା ଚାଲିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଥିରୁ ବାଦ ଦିଆ‌ଯାଇଛି। ଉଲ୍ଲେଖଯୋଗ୍ୟ, ଆଜି ସକାଳେ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଡକାଯାଇ ଏହି ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସି ତାହା ଘୋଷଣା କରିଛନ୍ତି।

Yeni Şafak

ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବାର ଜଣାପଡିଛି | କେବଳ ଶିକ୍ଷାନୁଷ୍ଠାନ ନୁହେଁ, ରାଜ୍ୟର ସମସ୍ତ ସିନେମା ହଲକୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଛନ୍ତି ରାଜ୍ୟ ସରକାର | ଏଥିସହ ଜନସାଧାରଣ ବ୍ୟବହାର କରିବା ଲାଗି ଉଦ୍ଦିଷ୍ଟ ସୁଇମିଂ ପୁଲକୁ ମଧ୍ୟ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ସେହିପରି ସେମିନାର, ୱାର୍କସପ୍,କନଫରେନ୍ସ ଭଳି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ସାମାଜିକ ସ୍ତରରେ ଦୂରତ୍ବ ବଜ‌ାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। କୌଣସି ବିବାହ, ବତ୍ର କିମ୍ବା କୌଣସି ଉତ୍ସବରେ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି।

ସେହିପରି କରୋନାର କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ବାହାରେ  ପାନ ଖାଇ ଛେପ ନ ପକାଇବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି କରୋନାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ନବୀନ । ଏହି ରୋଗ ବ୍ୟାପିଵାର ଯଥେଷ୍ଟ ସମ୍ଭାବନା ଥିବାରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ ଟିମ ଏହାକୁ ନିରୀକ୍ଷଣ କରିଵ ବୋଲି ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି |

ସେହିପରି ସୁଇମିଙ୍ଗ ପୁଲ ଓ ସିନେମା ହଲ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | କରୋନା ଲାଗି ସରକାର ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍‌, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।।

ସମ୍ବନ୍ଧିତ ଖବର