ଝାରସୁଗୁଡ଼ା : ଝାରସୁଗୁଡ଼ା ଉପ କାରାଗାର ମଧ୍ୟରେ ବହୁ ଅନ୍ତେବାସୀ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ଜେଲର୍ ଦେବେନ୍ଦ୍ର ଥାଟିଙ୍କ ସମେତ ୬୮ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି। ଜଣେ ଅନ୍ତେବାସୀଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ମଙ୍ଗଳବଜାର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜେଲର ଶ୍ରୀ ଥାଟି ପ୍ରକାଶ କରିଛନ୍ତି।
ସମସ୍ତ ଅନ୍ତେବାସୀ ଲକ୍ଷଣବିହୀନ ଥିବା ବେଳେ ସେମାନଙ୍କୁ ୫୦ ଜଣଙ୍କ କ୍ଷମତା ଥିବା ଦୁଇଟି ସ୍ବତନ୍ତ୍ର ସେଲ୍ରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପରାମର୍ଶକ୍ରମେ ଆଇସୋଲେସନ୍ରେ ରଖାଯାଇଛି। ସମସ୍ତଙ୍କୁ ମେଡିସିନ୍ କିଟ୍ ଯୋଗାଇ ଦିଆଯାଇଥିବା ବେଳେ ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି। ଗତ ୮ ତାରିଖ ଠାରୁ ସେ ନିଜେ ସଂକ୍ରମିତ ହୋଇଥିବାରୁ ଗୃହ ସଂଗରୋଧରେ ଘରୁ କାମ କରୁଥିବା ଜେଲର ଶ୍ରୀ ଥାଟି ଜଣାଇଛନ୍ତି। ଜେଲରେ ଦୁଇ ଜଣ ସବ ଆସିଷ୍ଟାଣ୍ଟ ଜେଲର ଓ କର୍ମଚାରୀ କାର୍ଯ୍ୟ ତଦାରଖ କରୁଥିବା ମଧ୍ୟ ସେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/jail-jharsuguda-1.jpg)