ଗଞ୍ଜାମରେ କରୋନ ବିସ୍ଫୋରକ ସ୍ଥିତିରେ: ଦିନକରେ ୨ ମୃତ, ୨୮୩ ପଜିଟିଭ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ଫୋରକ ମୋଡ଼ରେ ପହଞ୍ଚିଛି। ସ୍ଥିତି ଏଭଳି ହୋଇଛି, କୋରନାରେ ପ୍ରତ୍ୟହ ଜଣେ ଦୁଇ ଜଣଙ୍କ ଜୀବନ ଯାଉଛି। ଆଉ ଶତାଧିକ ସଂକ୍ରମିତ ହେଉଛନ୍ତି। ଆଜି ଜିଲ୍ଲାରେ କରୋନା ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗି ଦେଇଛି। ଦିନକରେ ଜିଲ୍ଲାର ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ୨୮୩ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି। ଜିଲ୍ଲାର ସମୁଦାୟ ପଜିଟିଭ୍‌ ୧୮୫୦ରେ ପହଞ୍ଚିଥିବା ବେଳେ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୭୦୪ ରହିଛି। ଆଜିର ୩୮ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ୧୧୨୯ଜଣ ସୁସ୍ଥ‌ ହୋଇଛନ୍ତି।

ଗଞ୍ଜାମରେ କରୋନାଜନିତ ସଂକ୍ରମଣ ଓ ମୃତ୍ୟୁହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ମୃତ୍ୟୁ ଘଟିଥିବା ଦୁଇ ଜଣଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ୬୬ବର୍ଷୀୟ ବୃଦ୍ଧ ଥିବା ବେଳେ ମଧୁମେହ ରୋଗରେ ପୀଡ଼ିତ ଜଣେ ଯୁବକ ଅଛନ୍ତି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଥିବା ବେଳେ ଜଣଙ୍କ ମୃତ୍ୟୁ ଅଣ କୋଭିଡ଼୍‌ଜନିତ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାରୁ ଆଜି ଚିହ୍ନଟ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ୪୯ଜଣ କୋଭିଡ଼୍‌ ଯୋଦ୍ଧା, ୧୮ଜଣ ରାଜ୍ୟ ବାହାର ଫେରନ୍ତା ଏବଂ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମତି ସଂଖ୍ୟା ୨୧୭ ରହିଛି। ସ୍ଥାନୀୟ ସଂକ୍ରମତିଙ୍କ ସଂଖ୍ୟାକୁ ଅନୁଧ୍ୟାନ କଲେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଜଳ ଜଳ ଜଣାପଡ଼ୁଛି। କିନ୍ତୁ ଏହାକୁ ଜିଲ୍ଲା ପ୍ରଶାସନ ମାନିବାକୁ ନାରାଜ। ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଞ୍ଚଳର ୧୪ଜଣ, ଆସିକା ଓ ପୋଲସରା ଅଞ୍ଚଳର ୪ ଜଣ ଲେଖାଏଁ , ବେଲଗୁଣ୍ଠାର ୫ଜଣ, ଭଞ୍ଜନଗର ଅଞ୍ଚଳର ୧୩ଜଣ, ସୋରଡ଼ାରୁ ୨ଜଣ, ବୁଗୁଡ଼ା, ଛତ୍ରପୁର, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ସାନଖେମୁଣ୍ଡି, ରଙ୍ଗେଇଲୁଣ୍ଡା ଓ ଶେରଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ସଂକ୍ରମିତ ରାଜ୍ୟ ବାହାର ଫେରନ୍ତାଙ୍କ ମଧ୍ୟରେ ଆସିକା, ଧରାକ‌ୋଟ, ଦିଗପହଣ୍ଡି ଓ ପୋଲସରା ଅଞ୍ଚଳରୁ ଜଣେ ଲେଖାଏଁ ରହିଥିବା ବେଳେ ବୁଗୁଡ଼ା ଅଞ୍ଚଳର ୨ଜଣ, ହିଞ୍ଜିଳି ୩ଜଣ, କବିସୂର୍ଯ୍ୟନଗରରେ ୨ଜଣ ଓ ପୁରୁଷୋତ୍ତମ ଅଞ୍ଚଳର ୪ଜଣ ରହିଛନ୍ତି। ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଞ୍ଚଳର ୨୧ଜଣ, ଆସିକା ଅଞ୍ଚଳର ୧୦ଜଣ, ବେଗୁନିଆପଡ଼ା ୧୫ଜଣ, ବେଲଗୁଣ୍ଠା ୮ଜଣ, ଭଞ୍ଜନଗରର ୧୨ଜଣ, ଛତ୍ରପୁର ଅଞ୍ଚଳର ୪ଜଣ, ଚିକିଟିର ୪ଜଣ, ଧରାକୋଟ ଓ ଦିଗପହଣ୍ଡିର ୫ଜଣ, ଗଞ୍ଜାମର ୨ଜଣ, ହିଞ୍ଜଳିର ୯ଜଣ, କବିସୂର୍ଯ୍ୟନଗରର ୧୬ଜଣ, ଖଲ୍ଲିକୋଟ ଅଞ୍ଚଳର ୧୦ଜଣ, କୁକୁଡ଼ାଖଣ୍ଡି ଅଞ୍ଚଳର ୧୩ଜଣ, ପାତ୍ରପୁର ଅଞ୍ଚଳର ୩ଜଣ, ପୋଲସରା ଅଞ୍ଚଳ ଓ ପୁରୁଷୋତ୍ତମପୁର ଅଞ୍ଚଳର ୮ଜଣ ଲେଖାଏଁ, ସାନଖେମୁଣ୍ଡି ଅଞ୍ଚଳର ୩୨ଜଣ, ଶେରଗଡ଼ ଅଞ୍ଚଳର ୨୦ଜଣ, ସୋରଡ଼ା ଅଞ୍ଚଳର ୭ଜଣ, ରଙ୍ଗେଇଲୁଣ୍ଡା, ବୁଗୁଡ଼ା ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜଣେ ଲେଖାଏଁ ରହିଛନ୍ତି।

ସମ୍ବନ୍ଧିତ ଖବର