ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ପାଇଁ ୫୦୦ ମାସ୍କ : ଷଷ୍ଠ ବାଟାଲିୟନ୍‌ରେ ବି କରୋନା ଭୟ

କଏଦୀ, ପୁଲିସ ବାବୁଙ୍କ ପାଇଁ ୧୭୦ ବେଡ୍‌
ମନ୍ଦିରରେ ନନାଙ୍କୁ ପ୍ରସାଦ ବାଣ୍ଟିବା ମନା
ହାତ ଧୋଇଲା ପରେ ଯାଇ ଥାନାକୁ ଯିବେ

କଟକ : କରୋନା ଭୟ ଚୌଦ୍ବାର ସର୍କଲ୍‌ ଜେଲ୍‌ ଭିତରକୁ ବି ମାଡ଼ିଯାଇଛି। କଏଦୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦୦ ମାସ୍କ ମଗାଯାଇଛି। ଓଏମ୍‌ପି ସ୍ଥିତ ଓଏସଏପି ଷଷ୍ଠ ବାଟାଲିୟନ୍‌ରେ ବି ସମାନ ଅବସ୍ଥା। ବାଟାଲିୟନ୍‌ ଭିତରେ ଥିବା ମନ୍ଦିରରେ ପ୍ରସାଦ ବଣ୍ଟନ ଉପରେ ନନାଙ୍କୁ କଟକଣା କରାଯାଇଛି। କୌଣସି ପ୍ରକାର ସା˚ସ୍କୃତିକ କାର୍ଯ୍ୟକ୍ରମ ଉପରେ ବି ପ୍ରତିବନ୍ଧକ ଜାରି କରାଯାଇଛି। ବାହାର ଲୋକ ବାଟାଲିୟନ୍‌ ଭିତରକୁ ଆସିଲେ ତୁରନ୍ତି ସ୍କ୍ରିନି˚ କରାଯାଉଛି। ଜେଲ୍‌ ଓ ବାଟାଲିୟନ୍‌ରେ ମୋଟ ୧୭୦ଟି ସ୍ବତନ୍ତ୍ର କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ବେଡ୍‌ ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ଚୌଦ୍ବାର ସର୍କଲ ଜେଲ୍‌ରେ ଏବେ କଏଦୀଙ୍କ ସ˚ଖ୍ୟା ହାରାହାରି ୯୯୯। ଗୋଟିଏ କ୍ୟାମ୍ପସ୍‌ରେ ଏତେ ସ˚ଖ୍ୟାରେ କଏଦୀ ରହୁଥିବାରୁ ସେମାନଙ୍କୁ କରୋନା ଭୂତାଣୁ ସ˚କ୍ରମଣରୁ ଦୂରେଇ ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦୦ ମାସ୍କ ମଗାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୫୦୦ ମାସ୍କ ମଗାଯିବ। କରୋନା ଭୟରେ ଚଳିତ ବର୍ଷ ଜେଲ୍‌ ପରିସରରେ ହୋଲି ଖେଳ ବନ୍ଦ କରାଯାଇଥିବା ବେଳେ ଏବେ ନିୟମିତ କଏଦୀଙ୍କୁ ଜେଲ୍‌ ଡାକ୍ତରଙ୍କ ମାଧ୍ୟମରେ ସଚେତନ କରାଯାଉଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଜେଲ୍‌ରେ କେହି ସନ୍ଦିଗ୍ଧଙ୍କୁ ଠାବ କରାଯାଇ ନାହିଁ, କିନ୍ତୁ ସ୍ବତନ୍ତ୍ର ୨୦ଟି ବେଡ୍‌ ଜେଲ ପରିସରରେ ବ୍ୟବସ୍ଥା କରାଯାଇଛି। ଉଭୟ ସିଟି ହସ୍‌ପିଟାଲ୍‌ ଏବ˚ ବଡ଼ ମେଡିକାଲ୍‌ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, କଏଦୀଙ୍କୁ ହ୍ୟାଣ୍ତ ଵାସ୍‌ ସମେତ ଅନ୍ୟ ଉପକରଣ ଯୋଗାଇ ଦିଆଯାଇଛି। ଜେଲ୍‌ର ସମସ୍ତ ଵାର୍ଡ ଓ ସେଲ୍‌ରେ ଡାକ୍ତର ସଚେତନ କରୁଛନ୍ତି। ଥଣ୍ତା କିମ୍ବା ଜ୍ବର ହେଲେ ତୁରନ୍ତ ଜେଲ୍‌ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସମସ୍ତ କଏଦୀଙ୍କୁ କୁହାଯାଇଛି। ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ଶୁଭକାନ୍ତ ମିଶ୍ର କହିଛନ୍ତି, ସ˚କ୍ରମଣ ଆଶଙ୍କା ଥିବାରୁ କଏଦୀଙ୍କୁ କୋର୍ଟରେ ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ହାଜର କରାଯିବ। ଏ ସ˚କ୍ରାନ୍ତରେ କୋର୍ଟକୁ ଅବଗତ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପଟେ ଷଷ୍ଠ ବାଟାଲିନୟନ୍‌ରେ ୧୫୦ ବେଡ୍‌ ବିଶିଷ୍ଟ ଦୁଇଟି ବାରାକ୍‌ରେ ସ୍ବତନ୍ତ୍ର ଵାର୍ଡ ଖୋଲାଯାଇଛି। କରୋନା ସନ୍ଦିଗ୍ଧଙ୍କୁ ଏଠାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ବାଟାଲିୟନ୍‌ରେ ଏବେ ମୋଟ ୧୬୯୦ ଫୋର୍ସ ରହୁଥିବା ବେଳେ ପରିବାର ସଦସ୍ୟଙ୍କୁ ମିଶାଇଲେ ପାଖାପାଖି ୨ ହଜାର ଜଣ ବାଟାଲିୟନ୍‌ ପରିସରରେ ରହୁଛନ୍ତି। ପୁଲିସ କର୍ମଚାରୀ କିମ୍ବା ସାଧାରଣ ଲୋକେ ଏଠାରେ ଭର୍ତ୍ତି ହୋଇପାରିବେ। ଷଷ୍ଠ ବାଟାଲିୟନ ଭଳି ରାଜ୍ୟର ଅନ୍ୟ ବାଟାଲିୟନ୍‌ଗୁଡ଼ିକରେ ମଧ୍ୟ ସମାନ ପ୍ରକାର ବ୍ୟବସ୍ଥା କରାଯାଇ ପାରିବ। ଅନ୍ୟପଟେ ବାଟାଲିୟନ୍‌ ଭିତରକୁ ବାହାର ଲୋକଙ୍କ ଚଳାଚଳ ଉପରେ କଟକଣା ଲଗାଯାଇଛି। ବାହାରୁ ଯେଉଁ ପୁଲିସ କର୍ମଚାରୀ କିମ୍ବା ଅତିଥି ଆସୁଛନ୍ତି, ସେମାନଙ୍କୁ ଗେଟ୍‌ ନିକଟରେ ସ୍କ୍ରିନି˚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମ୍ବୁଲାନ୍ସ ବି ସଜାଗ ରହିଥିବା ବେଳେ ସେମାନଙ୍କୁ କରୋନା ଵାର୍ଡକୁ ସ୍ଥାନାନ୍ତର କରାଯିବା ନେଇ ବନ୍ଦୋବସ୍ତ କରାଯାଇଛି। ବାଟାଲିୟନ ଭିତରକୁ ପ୍ରବେଶ ପାଇଁ ଥିବା ୧୦ଟି ଗେଟ୍‌ରେ କଟକଣା ଲଗାଯାଇଛି। ରାତି ୮ଟା ପରେ ଗୋଟିଏ ଗେଟ୍‌ରେ କେବଳ ଚଳାଚଳ କରାଯିବ। ବାଟାଲିୟନ ଭିତରେ ଥିବା କ୍ବାର୍ଟର୍ସକୁ କେହି ଅତିଥି ଆସିଲେ କଣ୍ଟ୍ରୋଲ ରୁମ୍‌କୁ ଅବଗତ କରାଇବା ସହିତ ସ୍କ୍ରିନି˚ କରାଯିବାକୁ କୁହାଯାଇଥିବା ବେଳେ ମନ୍ଦିରରେ ପ୍ରସାଦ ବଣ୍ଟନ ଏବ˚ ଏକାଠି ହେବା ପରେ କଟକଣା ଜାରି କରାଯାଇଥିବା ବାଟାଲିୟନ୍‌ କମାଣ୍ତାଣ୍ଟ ବୈକୁଣ୍ଠ ବିହାରୀ ରାଉତ ସୂଚନା ଦେଇଛନ୍ତି।

କମିସନରେଟ୍‌ ପୁଲିସରେ ବର୍ତ୍ତମାନ କେବଳ ଜରୁରୀ ପରିସ୍ଥିତିରେ ପୁଲିସ ଅଧିକାରୀଙ୍କୁ ଛୁଟି ପ୍ରଦାନ କରାଯିବ। ଥାନା ଭିତରକୁ ଆସୁଥିବା ପୁଲିସ ଅଧିକାରୀ ଏବ˚ ଅଭିଯୋଗକାରୀ ସାନିଟାଇଜର‌୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପୁଲିସ ବାରାକ୍‌ଗୁଡ଼ିକୁ ସାନିଟାଇଜର‌୍‌ ଯୋଗାଇ ଦିଆଯାଇଛି। ଅନ୍ୟପଟେ କରୋନା ସମ୍ପର୍କିତ କୌଣସି ଭୁଲ୍‌ ସୂଚନା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର