ଭଦ୍ରକ ସହରରେ କରୋନା ଆତଙ୍କ, ହେଉନି ସାନିଟାଇଜ୍

ଭଦ୍ରକ : ଭଦ୍ରକ ସହରରେ ଏବେ ଅଧିକାଂଶ ୱାର୍ଡରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନା ରୋଗୀ ସଂଖ୍ୟା ଓ ଲୋକାଲ କଣ୍ଟାକ୍ଟ ରୁ ବାହାରୁଥିବା କରୋନା ରୋଗୀଙ୍କୁ ନେଇ ସାରା ସହର ଏବେ ଆତଙ୍କିତ ହୋଇଥିବା ବେଳେ ଭଦ୍ରକ ସହରକୁ ସାନିଟାଇଜ୍ କରାଯାଉ ନାହିଁ। ପଡୋଶୀ ବାଲେଶ୍ବର ଓ ଯାଜପୁର ଜିଲ୍ଲାର ସହରଗୁଡିକ ବାରଂବାର ସାନିଟାଇଜ୍ କରାଯାଉଥିବା ବେଳେ ଭଦ୍ରକ ସହରକୁ ସାନିଟାଇଜ୍ କରାଯାଉ ନାହିଁ। ଭଦ୍ରକ ସହର ଏକ ଅଳିଆ ଓ ପୁତିଗନ୍ଧମୟ ସହର ହୋଇଥିବା ବେଳେ ଏହାର ଡ୍ରେନ୍ ଓ ରାସ୍ତା ଘାଟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଭଦ୍ରକ ସହର ହେଉଛି ସବୁଠାରୁ ଜନ ଗହଳିପୂର୍ଣ୍ଣ ଓ ଏକ ଧୂଳି ଧୂଷରୀତ ସହର ହୋଇଥିବାରୁ ଏ ସହରର ପରିବେଶକୁ ଅଧିକ ସ୍ବାସ୍ଥ୍ୟ ଉପଯୋଗୀ କରି ରଖିବା ପାଇଁ ସାନିଟାଇଜ୍ କରାଯିବାର ଆବଶ୍ୟକତା ରହିଛି। ଭଦ୍ରକ ସହରକୁ ସାନିଟାଇଜ୍ କରାଯାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନଙ୍କ ଧନ ଜୀବନ ସୁରକ୍ଷା କରିବାର ଦାୟୀତ୍ବ ହେଉଛି ସରକାରଙ୍କର ମାତ୍ର ଭଦ୍ରକ ସହରକୁ ସବୁକ୍ଷେତ୍ରରେ ଅଣଦେଖା ଓ ଅବହେଳା କରାଯାଉଛି। ଭଦ୍ରକ ଜିଲ୍ଲା ପ୍ରତି କ୍ରମାଗତ ଭାବେ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ କରୋନା ସମୟରେ ଲୋକଙ୍କ ଜୀବନ ଅସୁରକ୍ଷିତ ହୋଇପଡିଛି। ତୁରନ୍ତ ଭଦ୍ରକ ସହରର ସବୁ ୱାର୍ଡକୁ ସାନିଟାଇଜ୍ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର