କରୋନା ଆତଙ୍କ : ଜୟପୁରରେ ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ

ଚର୍ଚ୍ଚରେ ଅନଲାଇନ ପ୍ରାର୍ଥନା, ମସଜିଦ ଓ ମନ୍ଦିରରେ ଦୁଇଜଣ ରହିବେ : ଉପଜିଲ୍ଲାପାଳ

ଜୟପୁର : କରୋନା ଭୂତାଣୁକୁ ନେଇ ସବୁ ଚିନ୍ତାରେ ଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରଶାସନପକ୍ଷରୁ କରୋନା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ଆଜିଠୁ ଉପଖଣ୍ଡର ସମସ୍ତ ମନ୍ଦିର, ଗୁରୁଦ୍ବାର, ମସଜିଦ, ଗୀର୍ଜା ଭଳି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଧର୍ମାନୁଷ୍ଠାନ ଗୁଡିକରେ ଭିଡ ଜମିବାର ଆଶଙ୍କା କରି ଏଭଳି ପଦକ୍ଷେପ ନିଆ ଯାଇଛି । ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଏ ସବୁ ବନ୍ଦ ରଖିବାକୁ ଉପଜିଲ୍ଲାପାଳଙ୍କ ନିର୍ଦେଶ ଦେଇଛନ୍ତି। ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ କେବଳ ସେମାନଙ୍କ ରୀତିନୀତି ହେବ। ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୋରୋନା ଭୂତାଣୁ କିଭଳି ନ ବ୍ୟାପିବ ସେଥିପାଇଁ ଏଭଳି ସବୁ ପଦକ୍ଷେପ ଗ୍ରହଣ କରାଅ ଯାଉଛି।

ତେବେ ଆଜି ସହରରେ ଚୈତନ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ରସିକ ସିରୋମଣି ମନ୍ଦିର, ପୁରୁଣାଗଡାରେ ରହିଥିବା ଦକ୍ଷିଣକାଳି ମନ୍ଦିର, ଜଗତଜନନି ମନ୍ଦିର ସହ ୨୦ରୁ ଅଧିକ ମନ୍ଦିରରେ ଆଜି ତାଲା ପକାଇଛନ୍ତି ଅତିରିକ୍ତ ତହସିଲଦାର ଅଶ୍ବିନ ମହାପାତ୍ର। କେବେଳ ପୂଜକ ଓ ସହାୟକ ବ୍ୟତୀତ ଭକ୍ତଙ୍କୁ ମନ୍ଦିରକୁ ଯିବାକୁ ବାରଣ କରାଯାଇଛି। ଏହାସହ ଜୟପୁର, ବୋରିଗୁମ୍ମା ଓ ବୈପାରିଗୁଡାରୁ ଆସିଥିବା ଜେଇଏଲସିର ଡିନ୍ ରେଭ. ମନୋଜ କୁମାର ନାଏକ, ରେଭ. ସରୋଜ ମୁନି, ଜୟପୁର ଚର୍ଚ୍ଚର ସମ୍ପାଦକ ବବିଜନ ସ୍ମିଥ ଓ ଖ୍ରୀଷ୍ଟିଆନ ମଞ୍ଚର ସତ୍ୟଦାନ ମହାନନ୍ଦିଆ ଅନଲାଇନ ମାଧ୍ୟମରେ ପ୍ରାର୍ଥନା କରିବାକୁ ପ୍ରସ୍ତାବ ଦେଇଥିଲେ। ଲୋକଙ୍କ ସୁରକ୍ଷା ପାଇଁ ଉପଜିଲ୍ଲାପାଳ ଜଣେ ପ୍ରିଷ୍ଟଙ୍କ ସହ ଆଉ ଜଣେ ଲୋକ ରହିବାକୁ ଅନୁମତି ଦେଇଥିଲେ। ତେବେ ଆଜି ଶୁକ୍ରବାର ରହିଥିବାରୁ ଜଣେ ଇମାମ ଓ ମହୋଜାନଙ୍କ ଉପସ୍ଥିତିରେ ନମାଜ ପାଠ ହୋଇଥିଲା। ଏହାସହ ଚଳିତମାସ ୩୧ ତାରିଖ ଯାଏ ବଳବତ୍ତର ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।

ଏନେଇ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଯେ, ଧର୍ମାନୁଷ୍ଠାନ ଗୁଡିକୁ ପ୍ରତିଦିନ ଶହ ଶହ ଭକ୍ତଙ୍କର ସମାଗମ ହେଉଛି। ଏହାସହ ବିଭିନ୍ନ ଧର୍ମାନୁଷ୍ଠାନରେ ରୋଷ ବ୍ୟବସ୍ତା ରହିଥିବାରୁ ପ୍ରତିଦିନ ଶହ ଶହ ଲୋକ ପ୍ରସାଦ ଗ୍ରହଣ କରୁଛନ୍ତି। ତେବେ ସାମାଜିକ ବନ୍ଧୁତ୍ବ ଏଥିରେ ସୃଷ୍ଟି ହୋଉଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସବୁ ମନ୍ଦିର, ମଶଜିଦ ଓ ଗୀର୍ଜାକୁ ଲୋକଙ୍କ ପାଇଁ ବନ୍ଦ ରଖାଯାଇଛି। ତେବେ ଧର୍ମକାର୍ଯ୍ୟ ପାଇଁ ମନ୍ଦିର, ମସଜିଦ, ଗୁରୁଦ୍ବାର ଓ ଗୀର୍ଜାରେ ଦୁଇଜଣରୁ ଅଧିକ ରହିପାରିବେ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ ରହିଥିବା ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ମଧ୍ୟ ମନ୍ଦ ରଖାଯିବାକୁ ସ୍ତିର ହୋଇଛି। ଯଦି କୌଣସି ବ୍ୟକ୍ତିବିଶେଷ ଏଥିରେ ଖିଲାପ କରନ୍ତି ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର