ମହାକାଳପଡ଼ା : ଅସୁସ୍ଥ ସ˚ପର୍କୀୟଙ୍କୁ ଆଶ୍ରୟ ଦେଲେ ବୋଲି ଗାଁ ନଳକୂପରେ ଉଡ଼ିଲା ନାଲି ପତାକା

ମହାକାଳପଡ଼ା : ଅସୁସ୍ଥ ଥିବା ସ˚ପର୍କୀୟଙ୍କୁ ଆଶ୍ରୟ ଦେବା ଗୋଟିଏ ପରିବାରକୁ ମହଙ୍ଗା ପଡ଼ିଛି। ଗାଁ ଲୋକ ଏହାକୁ ବିରୋଧ କରି ସ˚ପୃକ୍ତ ପରିବାର ବ୍ୟବହାର କରିଥିବା ସରକାରୀ ନଳକୂପରେ ନାଲି ପତାକା ଉଡ଼ାଇଛନ୍ତି। କରୋନା ବ୍ୟାପିବାର ଗୁଜବ ଦେଖାଇ ନଳକୂପରୁ କେହି ପାଣି ନ ନେବାକୁ କଟକଣା ଲଗାଇଛନ୍ତି। ଏଭଳି ଏକ ବିଚିତ୍ର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ କାଳପଡ଼ା ବ୍ଲକ୍‌ ଖରିନାସୀ ଅ˚ଚଳରେ ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅ˚ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଖବର ପାଇ ମେଡିକାଲ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଉତ୍ତ୍ୟକ୍ତ ଗାଁ ଲୋକ ଶାନ୍ତ ହୋଇଛନ୍ତି।

ଘଟଣାଟି ହେଉଛି ଏମତି: ସ˚ପର୍କୀୟଙ୍କ ଘରକୁ ଆସିଥିବା ଏହି ଯୁବକ ଜଣକ ଅସୁସ୍ଥ ଥିଲେ। ଥଣ୍ତା, କାଶ ସହ ଜ୍ବର ହୋଇଥିଲା। ଅସୁସ୍ଥ ଥିବାରୁ ସେ ଡଙ୍ଗା ଯୋଗେ ପାରାଦୀପରୁ ରାମନଗର ଦେଇ ଖରିନାସୀରେ ଥିବା ସ˚ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ଗତକାଲି ରାତିରେ ପହଞ୍ଚିବା ପରେ ସ˚ପର୍କୀୟଙ୍କ ଘରେ ରହିଥିଲେ। ଆଜି ସକାଳେ ଏହି ଅସୁସ୍ଥ ଯୁବକଙ୍କ ଖବର ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳିଯାଇଥିଲା। ଯୁବକଙ୍କୁ କରୋନା ହୋଇଥିବାର ଗୁଜବ ପ୍ରଚାର କରି ସ˚ପୃକ୍ତ ପରିବାର ବ୍ୟବହାର କରିଥିବା ନଳକୂପ ନିକଟରେ ନାଲି ପତାକା ଉଡ଼ାଇ କେହି ପାଣି ନ ନେବା ପାଇଁ କହିଥିଲେ। ଗାଁ ଲୋକେ ବି କେହି ଡରରେ ନଳକୂପରୁ ପାଣି ନେଲେ ନାହିଁ। କେବଳ ସେତିକି ନୁହେଁ, ସ˚ପୃକ୍ତ ପରିବାର ଯେଉଁ ଦୋକାନକୁ ଯାଇ ସକାଳେ ସଉଦା ଆଣିଥିଲେ, ସେଠିକି ବି କେହି ଗଲେ ନାହିଁ। ଫଳରେ ଦୋକାନୀ ଜଣକ ଦୋକାନ ବନ୍ଦ କରିବାକୁ ବାଧୢ ହୋଇଥିଲେ। ଅନ୍ୟପକ୍ଷରେ ଏ ସ˚ପର୍କରେ ଅପରାହ୍ନରେ ଖବର ପାଇ ମେଡିକାଲ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ˚ପୃକ୍ତ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ନେଇ ସୃଷ୍ଟି ହୋଇଥିବା ଗୁଜବ ସ˚ପର୍କରେ ସଚେତନ କରିବା ପରେ ଗାଁରେ ପରିବେଶ ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର