ଭୁବନେଶ୍ବର : କରୋନା ସନ୍ଦେହରେ ଭିମ୍ସାରରୁ ସଂଗୃହୀତ ୨ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍ ରହିଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରୁ ପରୀକ୍ଷା ପାଇଁ ପଠାଯାଇଥିବା ୧୨ଟି ନମୁନାରୁ ସମସ୍ତ ନମୁନା ନେଗେଟିଭ୍ ରହିଛି। ଅପରପକ୍ଷରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା କିନ୍ତୁ ବୃଦ୍ଧି ଘଟିଛି। ଆଜି ସୁଦ୍ଧା ସନ୍ଦିଗ୍ଧଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି।
ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ କ୍ୟାବିନେଟ୍ ସଚିବ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ପ୍ରସ୍ତୁତି ସଂପର୍କରେ ରାଜ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମକୁ କହିଛନ୍ତି, କରୋନା ପାଇଁ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ସମସ୍ତେ ହାତକୁ ସାବୁନରେ ଧୋଇବା ଉପରେ ଗୁରୁତ୍ବ ଦିଅନ୍ତୁ। ଅଯଥାରେ ମାସ୍କ୍ ପିନ୍ଧିବା ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ ବୋଲି ଶ୍ରୀ ଧଳ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଏବେ ୪୧ଜଣ ବ୍ୟକ୍ତି ଘରେ ଆଇସୋଲେସନ୍ରେ ରହିଛନ୍ତି। ପୂର୍ବରୁ ୮୪ଜଣ ବ୍ୟକ୍ତି ଘରେ ଆଇସୋଲେସନ୍ରେ ଶେଷ କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/vimsar.jpg)