ବାରିପଦା: କରୋନା ଲଢ଼େଇରେ ଲାଇନ୍ମ୍ୟାନ ବିଜେନ୍ଦ୍ର ଗିରିଙ୍କ ବଡ଼ ଅବଦାନ। ମାତ୍ର ୮ ହଜାର ୭ ଶହ ଟଙ୍କା ଖର୍ଚ୍ଚ କରି ସମ୍ପର୍କୀୟ ଭାଇ ସୁରଜ କୁଅଁରଙ୍କ ସହଯୋଗରେ ସେ ତିଆରି କରିଛନ୍ତି ବିଶୋଧନ ଗୃହ। ବିଶୋଧନ ଗୃହର ନାମ ରଖିଛନ୍ତି 'ଦିଲ୍ସେ ମୟୂରଭଞ୍ଜିଆ। ଏହି ସ୍ବଦେଶୀ ବିଶୋଧନ ଗ଼ୃହରେ ସ୍ଥାନୀୟ ବଜାରରେ ମିଳୁଥିବା ଯନ୍ତ୍ରାଂଶ ଓ ଉପକରଣକୁ ବ୍ୟବହାର କରିଛନ୍ତି ବିଜେନ୍ଦ୍ର। ଆଉ ଏହି ମେସିନ୍ କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ବୋଲି ସେ ଦାବି କରିଛନ୍ତି। ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ଲୋକମାନେ ସ୍ବଚ୍ଛତା କ୍ଷେତ୍ରରେ ଏତେଟା ସଚେତନ ନୁହନ୍ତି। ତେବେ ଏହି ବିଶୋଧନ ଗ଼ୃହରେ ଜଣେ ପଶିଲେ ମାତ୍ର ୧୦ ସେକେଣ୍ଡ୍ ମଧ୍ୟରେ ବିଶୋଧକ ସ୍ପ୍ରେ ମାଧ୍ୟମରେ ସ୍ବଚ୍ଛ ହୋଇପାରିବ। ଉଭୟ ସ୍ବୟଂଚାଳିତ କିମ୍ବା ମନ୍ୟୁଷକୃତ ଭାବେ ଏହାକୁ ପରିଚାଳନା କରାଯାଇପାରିବ। ଏହି ଗୃହରେ ଏକ ଫୁଟ୍ ପେଡାଲ୍ ସହାୟତାରେ ଜଣେ ଭିତରକୁ ଯାଇ ବିଶୋଧକ କେମିକାଲ୍ ସ୍ପ୍ରେ ମାଧ୍ୟମରେ ବିଶୋଧନ କରିପାରିବେ। ଆଉ ଅଳ୍ପ କିଛି ଖର୍ଚ୍ଚ କରି ଏହି ବିଶୋଧନାଗାର ଗୃହରେ ଏକ ମୋସନ୍ ସେନ୍ସର ସଂଯୁକ୍ତ କଲେ ଏହାର ଉପଯୋଗିତା ଆହୁରି ବଢ଼ିଯିବ ବୋଲି ବିଜେନ୍ଦ୍ର କହିଛନ୍ତି। ହସ୍ପିଟାଲ କିମ୍ବା ସର୍ବସାଧାରଣ ସ୍ଥାନରେ ଏହାକୁ ରଖି ବ୍ୟବହାର କରିବା ନିମନ୍ତେ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ଆଇଟିଆଇ ପଢ଼ି ସାରିବା ପରେ ବିଜେନ୍ଦ୍ର ବାରିପଦା ବିଦ୍ୟୁତ ବିଭାଗରେ ଜଣେ ଲାଇନମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି। ସେ ଓ ତାଙ୍କ ସମ୍ପର୍କୀୟ ଭାଇ ସୁରଜ ୟୁଟ୍ୟୁବ୍ ଦେଖି ନିଜସ୍ବ ଜ୍ଞାନକୌଶଳରେ ଏହି ବିଶୋଧନ ଗୃହ ନିର୍ମାଣ କରିଛନ୍ତି। ପ୍ରଶାସନଠାରୁ ସହଯୋଗ ମିଳିଲେ ସେମାନେ ଅଧିକ ଏହିପରି ଗୃହ ତିଆରି କରିପାରିବେ। ଯାହାକି କରୋନା ସମୟରେ ମୟୂରଭଞ୍ଜ ଭଳି ଏକ ଜିଲ୍ଲା ପାଇଁ ବିଶେଷ ସହାୟକ ହେବ ବୋଲି ଉଭୟ ମତବ୍ୟକ୍ତ କରିବା ସହ ଭୁବନେଶ୍ବରସ୍ଥିତ ଲୋକସେବା ଭବନରେ ଏପ୍ରକାର ବିଶୋଧନ ଗୃହର ଉପଯୋଗ ହେଉଥିବା ଦର୍ଶାଇଛନ୍ତି।
କରୋନା ଲଢେଇରେ ଲାଇନମ୍ୟାନ୍ ବିଜେନ୍ଦ୍ର, ନିଜସ୍ବ ଜ୍ଞାନକୌଶଳରେ ତିଆରି କଲେ ବିଶୋଧନ ଗୃହ
/sambad/media/post_attachments/wp-content/uploads/2020/04/dgjhsd4jh9s87hs98fh7sf98hsfhfshsfhhhffhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)