କେନ୍ଦୁଝର ଜିଲ୍ଲାରୁ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ

ପୌରାଞ୍ଚଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ଶନିବାର ଦିନ ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬୨୭ରେ ପହଞ୍ଚିଛି। ଏଥିମଧ୍ୟରୁ ୮୬୮୧ଜଣ ସୁସ୍ଥ ହୋଇଥିବାବେଳେ ଜିଲ୍ଲାରେ ୯୦୭ଜଣ କରୋନା ଆକ୍ରାନ୍ତ ଅଛନ୍ତି। କେନ୍ଦୁଝରଗଡ଼ ପୌରାଞ୍ଚଳରୁ ୬୭ଜଣ, ସଦର ବ୍ଲକ୍‌ରୁ ୪୩ଜଣ, ବଡ଼ବିଲ ପୌରାଞ୍ଚଳରୁ ୧୪ଜଣ, ଯୋଡ଼ା ପୌରାଞ୍ଚଳରୁ ୯ଜଣ, ହରିଚନ୍ଦନପୁର ବ୍ଲକ୍‌ରୁ ୮ଜଣ, ଯୋଡ଼ା ବ୍ଲକ୍‌ରୁ ୮ଜଣ, ଘସିପୁରା ବ୍ଲକ୍‌ରୁ ୫ଜଣ, ବାଂଶପାଳ ବ୍ଲକ୍‌ରୁ ୫ଜଣ, ଘଟଗାଁ ବ୍ଲକ୍‌ରୁ ୪ଜଣ, ଝୁମ୍ପୁରା ବ୍ଲକ୍‌ରୁ ୪ଜଣ, ଆନନ୍ଦପୁର ପୌରାଞ୍ଚଳରୁ ୩ଜଣ, ହାଟଡିହି ବ୍ଲକ୍‌ରୁ ୩ଜଣ, ସାହାରପଡ଼ା ବ୍ଲକ୍‌ରୁ ୨ଜଣ, ଚମ୍ପୁଆ ବ୍ଲକ୍‌ରୁ ୨ଜଣ, ପାଟଣା ବ୍ଲକ୍‌ରୁ ୨ଜଣ, ଚମ୍ପୁଆ ଏନ୍‌ଏସିରୁ ଜଣେ, ଆନନ୍ଦପୁର ବ୍ଲକ୍‌ରୁ ଜଣେ, ଭୁବନେଶ୍ୱରସ୍ଥିତ କେୟାର ହସ୍‌ପିଟାଲରୁ ଜଣେ ଏବଂ ଏମ୍‌ସ ହସ୍‌ପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି।

ପୌରାଞ୍ଚଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ
କେନ୍ଦୁଝର : କେନ୍ଦୁଝର ପୌରାଞ୍ଚଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୦ ଦିନର ତଥ୍ୟ ଓ ସୂଚନାକୁ ଗ୍ରହଣ କଲେ ଏହା ସ୍ପଷ୍ଟ ହୋଇଛି। ବିଶେଷ କରି କେନ୍ଦୁଝର ଜିଲ୍ଲ ସଦର ମହକୁମାରେ ଗତ ୧୦ ଦିନ ମଧ୍ୟରେ ସର୍ବାଧିକ ୩୦୨ ଜଣ କରୋନାରେ ଆକ୍ରାନ୍ତ ‌‌ହେବା ପରେ ସହରବାସୀଙ୍କ ମଧ୍ୟରେ ଭୟର ବାତାତବରଣ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ ୧୫ ତାରରିଖରେ ୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬ ରେ ୧୨, ୧୭ ରେ ୧୭, ୧୮ରେ ୬,୧୯ ରେ ୧୫, ୨୦ରେ ୩୫, ୨୧ ରେ ୬୪ , ୨୨ରେ ୫୩, ୨୩ ରେ ୧୦ ଏବଂ ଆଜି ଅର୍ଥାତ୍ ୨୪ ତାରିଖରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଯୋଡା ପୌରାଞ୍ଚଳରେ ଗତ ୧୦ ଦିନ ମଧ୍ୟରେ ମୋଟ ୭୦ ଜଣ କରୋନା‌ରେ ଆକ୍ରାନ୍ତ ହୋଇଥିବା ବେଳେ ବଡ଼ବିଲ ପୌରାଞ୍ଚଳରେ ଗତ ୧୦ ଦିନ ମଧ୍ୟ‌ରେ ୮୧ ଜଣ, ଆନନ୍ଦପୁର ପୌରାଞ୍ଚଳ‌ରେ ଗତ ୧୦ ଦିନ ମଧ୍ୟରେ ୩୦ ଜଣ ଏବଂ ଚମ୍ପୁଆ ଏନ୍‌ଏସି ଅଂଚଳରେ ଗତ ୧୦ ଦିନ ମଧ୍ୟରେ ୧୪ ଜଣ କରୋନ ଆକ୍ରାନ୍ତ ହୋଇଛନ୍ତି।

ସହରାଞ୍ଚଳରେ ଅଧିକ କରୋନା ଆକ୍ରାନ୍ତ ହେବାର ମୁଖ୍ୟ କାରଣ ଗହଳି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତତି। ସହରବାସୀଙ୍କ କହିବା ଅନୁସାରେ, କେନ୍ଦୁଝର ସହରରେ ଥିବା ଗୁଜୁରୀ ମାର୍କେଟ, କୃଷକ ବଜାର ସମେତ ବିଭିନ୍ନ ବସଷ୍ଟାଣ୍ଡକୁ ସବୁଦିନେ ହଜାର ହଜାର ଲୋକ ନିୟମିତ ଯାତାୟାତ କରିଥାନ୍ତି। ଏହି ସବୁ ମାର୍କେଟ ଏବଂ ବସଷ୍ଟାଣ୍ଡରେ ସାମାଜିକ ଦୂରତା ପାଳନ କରାଯାଉନାହିଁ। ଯାହା ଫଳରେ ଏହି କରୋନା ସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର