ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ବେକାବୁ ହେଉଛି। କରୋନାର ଦ୍ବିତୀୟ ଲହର ଜିଲ୍ଲାବାସୀଙ୍କୁ ଆତଙ୍କିତ କରାଇଛି। ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ସପ୍ତାହକୁ ୫ଦିନ ନାଇଟ୍ କର୍ଫ୍ୟୁ କରାଯାଇଛି। ଶନିବାର ଏବଂ ରବିବାର ସଟ୍ଡାଉନ୍ କରାଯାଇଛି। ଏହାପରେ ବି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହୁନାହିଁ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ୧୭ ତାରିଖ ଦିନ ୩୯୨ ଚିହ୍ନଟ ହୋଇଛନ୍ତି। ରବିବାର ୨୨୧ ଜଣ ଚିହ୍ନଟ ହୋଇଛନ୍ତି। ଏହି ୨ଦିନକୁ ଦେଖିଲେ ସ୍ପଷ୍ଟ ଅନୁମାନ କରହେଉଛି କି ଜିଲ୍ଲାରେ କିଭଳି କରୋନା ତାର କାୟା ବିସ୍ତାର କରିଚାଲିଛି। ଗତ ମାର୍ଚ୍ଚ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୪୮ ଦିନରେ ଜିଲ୍ଲାରେ ୧୮ହଜାର ୭୫ ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୧୭୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ପ୍ରଥମ କରି ମାର୍ଚ୍ଚ ୨୫ ତାରିଖରେ ସିନାପାଲି ବ୍ଲକ୍ ବ୍ରାହ୍ମଣପଡ଼ାରେ ୨୯ ଜଣ ଚିହ୍ନଟ ହୋଇଥିଲେ। ଏପ୍ରିଲ ମାସ ୧ ତାରିଖ ଠାରୁ ଜିଲ୍ଲାରେ ପ୍ରତିଦିନ ଗୋଟିଏ କିମ୍ବା ୨ଟି କରୋନା ମୃତ୍ୟୁ ଦେଖିବାକୁ ମିଳୁଛି। ଏପ୍ରିଲ ୧୧ ତାରିଖରେ ଜିଲ୍ଲାରେ ୧୩୫ ଜଣ ଚିହ୍ନଟ ହୋଇଥିଲେ। ୧୨ ତାରିଖରେ ୯୦ ଜଣ, ୧୩ ତାରିଖରେ ୩୦୩ ଜଣ, ୧୪ ତାରିଖରେ ୧୦୪ ଜଣ, ୧୫ ତାରିଖରେ ୧୫୧ ଜଣ, ୧୬ ତାରିଖରେ ୧୪୦ ଜଣ ଚିହ୍ନଟ ହୋଇଥିଲେ। ସେହିପରି ଖଡ଼ିଆଳ ବ୍ଲକ୍ରେ ୭ଜଣଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ବ୍ଲକ୍ରେ ୪ଜଣ, ସିନାପାଲି ବ୍ଲକ୍ରେ ୪ଜଣ, ବୋଡ଼େନ ବ୍ଲକ୍ରେ ୨ଜଣ, କୋମନା ବ୍ଲକ୍ରେ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୫ଜଣ ଯୁବକ ଏବଂ ୩ଜଣ ମହିଳା ଥିଲେ। ସେହିପରି ୧୧ ଜଣଙ୍କ ନୂଆପଡ଼ା ଜିଲ୍ଲା କୋଭିଡ୍ ଡାକ୍ତରଖାନରେ ମୃତ୍ୟୁ ହୋଇଛି। ଅନ୍ୟମାନେ ଜିଲ୍ଲା ବାହାରେ ମୃତ୍ୟୁବରଣ କରିଛନ୍ତି।
ନୂଆପଡ଼ା କୋଭିଡ୍ ଡାକ୍ତରଖାନାରେ ପୁଣି ୨ ମୃତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ରବିବାର ନୂଆପଡ଼ା ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଖଡ଼ିଆଳ ବ୍ଲକ୍ର ହୋଇଥିବା ବେଳେ ସେ ୧୧ ତାରିଖ କରୋନା ଚିହ୍ନଟ ହେବା ପରେ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଦ୍ବିତୀୟ ବ୍ୟକ୍ତି ଜଣକ ନୂଆପଡ଼ା ବ୍ଲକ୍ର ହୋଇଥିବା ବେଳେ ୧୬ ତାରିଖ କରୋନା ଚିହ୍ନଟ ହୋଇ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରବିବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧୀର ରଂଜନ ନାୟକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/corona.jpg)