ଭିସୁଟ୍ କୁଳପତି, ୨ ଛାତ୍ରଛାତ୍ରୀଙ୍କୁ କରୋନା, ସଂଗରୋଧରେ ବହୁଛାତ୍ର

ବୁର୍ଲା : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ଶିକ୍ଷାନୁଷ୍ଠାନ(ଭିସୁଟ)ର କୁଳପତିଙ୍କ ସମେତ ୨ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଭିସୁଟ୍‌ର କୁଳପତି ପ୍ରଫେସର ବଂଶୀଧର ମାଝୀ ନିଜେ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟର ପୁଲହ ଛାତ୍ରାବାସର ଦୁଇ ଜଣ ଛାତ୍ର ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି।

ଏ ସଂକ୍ରାନ୍ତରେ ପ୍ରଫେସର ମାଝୀଙ୍କୁ ପଚାରିବାରୁ ସେ କହିଲେ, ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆଗ ଅପେକ୍ଷା ବହୁତ ଭଲ ଅଛି। ସେ ଅତିଶୀଘ୍ର ବିଶ୍ୱବିଦ୍ୟାଳୟ ଯୋଗ କରି ପୂର୍ବ ପରି କାର୍ଯ୍ୟରତ ରହିବେ। ସଂକ୍ରମିତ ଦୁଇ ଛାତ୍ର ମଧ୍ୟରୁ ଜଣେ ନିଜ ପରିବାର ଲୋକଙ୍କ ସହିତ ଘରକୁ ଚାଲିଯାଇଥିବା ବେଳେ ଅନ୍ୟ ଛାତ୍ରକୁ ଏକ ସଂଗରୋଧ କୋଠରୀରେ ରଖାଯାଇଛି। ତାଙ୍କ ସହ ରହୁଥିବା ଅନ୍ୟ ସହପାଠୀମାନଙ୍କୁ ମଧ୍ୟ ଅନ୍ୟତ୍ର ସଂଗରୋଧରେ ରଖାଯାଇଥିବା ସୂଚନା ଦେଇଥିଲେ। ଏହା ସମ୍ବନ୍ଧରେ ଆହୁରି ଜାଣିବା ପାଇଁ ସେ ବିଶ୍ୱବିଦ୍ୟାଳୟର ଡିନ୍‌ ପ୍ରଫେସର ସୁଧାଂଶୁ ଦାସଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ଫୋନ ଯୋଗେ ଯୋଗାଯୋଗ କରିବାରୁ ପ୍ରଫେସର ଦାସ କୌଣସି ସୂଚନା ଦେବା ପାଇଁ ମନା କରିଥିଲେ।

ସମ୍ବନ୍ଧିତ ଖବର