ପାଟଣାରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ

ପାଟଣା : ରାଜ୍ୟରେ ଦ୍ୱିତୀୟ କରୋନା ଲହର ମାଡ଼ିଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ପାଟଣା ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଚନ୍ଦ୍ରଭାନୁ ମହାନ୍ତ ଓ ବିପିଏମ ଦୀପକ କୁମାର ନାୟକ ୩ ଜଣ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରକାଶ କରିଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ସେମାନେ ବାହାରେ ରହି ପାଠ ପଢୁଥିଲେ। ଘରକୁ ଆସିବା ପରେ ଗତ ୧ ତାରିଖରେ ପରୀକ୍ଷା ପାଇଁ ରକ୍ତ ନମୁନା ଯାଇଥିଲା।

ଗତକାଲି କରୋନା ଆକ୍ରାନ୍ତ ଥିବା ରିପୋର୍ଟ ହୋଇଥିଲା। ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ୩ ଜଣ ହେଲେ ପାଟଣା ପଞ୍ଚାୟତରୁ ଜଣେ ୧୭ ବର୍ଷୀୟ ଯୁବକ, ମୂଷାଖୋରୀ ପଞ୍ଚାୟତରୁ ଜଣେ ୧୮ ବର୍ଷୀୟ ଯୁବକ ଓ ବୁଢ଼ିକାପୁଡି ପଞ୍ଚାୟତରୁ ଜଣେ ୩୭ ବର୍ଷୀୟ ଯୁବକ ବୋଲି କୁହାଯାଇଛି। ପାଟଣା ବ୍ଲକ ବହୁ କରୋନା ଆକ୍ରାନ୍ତ ହୋଇଥିଲାବେଳେ ୩/୪ ମାସ ଧରି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଏବେ କରୋନାର ନୂଆ ଟ୍ରେଣ୍ଡରେ ପୁଣି ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକେ ଆଶଙ୍କିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର