କଟକ/ନିଶ୍ଚିନ୍ତକୋଇଲି : ରବିବାର ରାତିରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଜୟରାମପୁର ପଂଚାୟତର ୱାର୍ଡ ନମ୍ବର ୧, ସାଲେପୁର ତହସିଲର ମିର୍ଜାପୁର ପଂଚାୟତର ୱାର୍ଡ ନମ୍ବର ୧୨,୧୩ କୁ ସବୁଆଡୁ ସିଲ କରାଯାଇଛି। ଯାନବାହନ ଚଳାଚଳ ଓ ବ୍ୟକ୍ତିଗତ ଯାତାୟତ ଉପରେ ମଧ୍ୟ କଟକଣା ଲଗାଯାଇଛି। ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଆବଶ୍ୟକ ମେଡ଼ିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଉଭୟ ବିଡ଼ିଓଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
ଉକ୍ତ ଆକ୍ରାନ୍ତଙ୍କ ଗାଁ ଏହି ଅଞ୍ଚଳ ହୋଇଥିବାରୁ ଓ ସେ ମଧ୍ୟ ଗୋଟିଏ ଦିନ ପାଇଁ ଗାଁ କୁ ଆସିଥିଲେ। ପରିବାରଠାରୁ ଆରମ୍ଭ କରି ପାଖାପାଖି ୫୦ଜଣଙ୍କ ସଂସ୍ପର୍ଶରେ ସେ ଆସିଥିବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପରିବାରର ୧୦ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସୋମବାର ପଠାଯିବ। ଗାଁ ସିଲ ସମ୍ପର୍କରେ ଜିଲ୍ଲାପାଳ ଭାବନୀ ଶଙ୍କରଙ୍କ ଚୟନୀ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ପରବର୍ତ୍ତୀ ଆଦେଶନାମା ପର୍ଯ୍ୟନ୍ତ ସିଲ ରହିବ ଗାଁ ବୋଲି କୁହାଯାଇଛି।
ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ ନିଜମୁଦିନ ଲିଙ୍କ ରହିଥିବା ଓ ତାଙ୍କ କରୋନା ପଜେଟିଭ୍ ବାହାରିବା ପରେ ଏହାର ପ୍ରଭାବରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସେହିପରି ଭୁବନେଶ୍ୱର ବମିଖାଲ୍ରେ କରୋନା ପଜେଟିଭ୍ ବାହାରିବା ପରେ ସେହି ଅଞ୍ଚଳରୁ କିଛି ବ୍ୟକ୍ତି ନେମାଳ ଥାନା ଅନ୍ତର୍ଗତ ଓରତି ପଞ୍ଚାୟତରେ ଥିବା ସେମାନଙ୍କ ଘରକୁ ଫେରି ଆସିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ସେମାନେ କ୍ୱରେଣ୍ଟିନ୍ରେ ନ ରହି ସାଧାରଣରେ ବୁଲାବୁଲି କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/42f2834d-3c7c-4e3f-a2a7-b06249c53495.jpg)