ରାଜ୍ୟ‌ରେ ଏଗାର ଦିନ ପରେ କରୋନା ସଂକ୍ରମଣ ସାମାନ୍ୟ ଖସିଲା

ଦିନକରେ ୩୯୨୨ ପଜିଟିଭ୍, ୧୪ ମୃତ୍ୟୁ, ସୁସ୍ଥ ହେଲେ ୩୩୭୮ କରୋନା ରୋଗୀ, ଖୋର୍ଧା ସ୍ଥିତି ପୂର୍ବଭଳି ଉଦ୍‌ବେଗଜନକ

ଭୁବନେଶ୍ୱର : ରାଜ୍ୟ‌ରେ ଗତ ୧୧ ଦିନ ହେବ ଦିନକୁ ୪ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ଧାରା ଜାରି ରହିଥିଲା। ତେବେ ଗତ ୨୪ଘଣ୍ଟାରେ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଦିନକରେ ୩୯୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ଖୋର୍ଧା ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ। ଗତ ୨୫ତାରିଖରେ ରେକର୍ଡ ସଂଖ୍ୟକ ୯୦୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ୮୧୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ସରକାରଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଥିବା ଭଳି ଜଣାପଡ଼ୁଛି।

କରୋନାର ସମୁଦାୟ ସଂକ୍ରମଣ ୨ଲକ୍ଷ ୯ହଜାର ୩୭୪କୁ ବୃଦ୍ଧି ପାଇଛି। ଏଥିରେ ଖୋର୍ଧା, ଗଞ୍ଜାମ, କଟକ, ପୁରୀ ଓ ଯାଜପୁର ଜିଲ୍ଲାରୁ ମୋଟ୍‌ ୯୩ ହଜାର ୧୫୩ ରୋଗୀ ବା ୪୪.୫ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ୫ଟି ଅଗ୍ରଣୀ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ବଳକା ୫୫ ପ୍ରତିଶତ ରୋଗୀ ରାଜ୍ୟର ୨୫ଟି ଜିଲ୍ଲାରୁ ରହିଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ। ଆଜି ଆଉ ୧୪ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଏଥିରେ ଖୋର୍ଧା ଓ କଟକରୁ ୩ଜଣ ଲେଖାଏଁ ମୃତକ ଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁରରୁ ୨ଜଣ ଲେଖାଏଁ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଓ ସୋନପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ୭୯୭ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୮ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧା ୧୨୬, କଟକ ୬୫, ପୁରୀ ୫୦, ସୁନ୍ଦରଗଡ଼ ୩୯, ରାୟଗଡ଼ା ୩୭, ଗଜପତି ୨୩, ସମ୍ବଲପୁର ୨୨, କନ୍ଧମାଳ, ବଲାଙ୍ଗୀର, ମୟୂରଭଞ୍ଜ ଓ ବାଲେଶ୍ବରରୁ ୨୧ ଲେଖାଏଁ, ନୟାଗଡ଼ ୨୦, ବରଗଡ଼ ଓ ଭଦ୍ରକରୁ ୧୨ଜଣ ଲେଖାଏଁ, ମାଲକାନାଗିରି ୧୧, କେନ୍ଦୁଝର, କୋରାପୁଟ ଓ କେନ୍ଦ୍ରାପଡ଼ାରୁ ୧୦ଜଣ ଲେଖାଏଁ କରୋନା ମୁଣ୍ଡ ନେଲାଣି।

ରାଜ୍ୟରେ ଦିନକରେ ୪୯,୦୪୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ସଙ୍ଗରୋଧରୁ ୨୩୦୯ ଓ ସ୍ଥାନୀୟ ସଂକ୍ରମିତ ୧୬୧୩କୁ ମିଶାଇ ୩୯୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ୩୮୦, ଷ୍ଟେଟ୍‌ ପୁଲ ୨୧୪, କେନ୍ଦୁଝର ୨୧୨, ଅନୁଗୁଳ ୨୦୦, ପୁରୀ ୧୮୪, ବରଗଡ଼ ୧୫୪, ମୟୂରଭଞ୍ଜ ୧୪୯, ଜଗତସିଂହପୁର ୧୨୩, ସମ୍ବଲପୁର ୧୧୭, ନୂଆପଡ଼ା ୧୧୪, ଝାରସୁଗୁଡ଼ା ୧୦୯, କେନ୍ଦ୍ରାପଡ଼ା ୧୦୭, ସୁନ୍ଦରଗଡ଼ ଓ ଯାଜପୁରରେ ୧୦୩ ଲେଖାଏଁ, ବଲାଙ୍ଗୀର ୮୫, ଢେଙ୍କାନାଳ ୭୬, କଳାହାଣ୍ଡି ୭୩, ବାଲେଶ୍ବର ୭୨, କୋରାପୁଟ ଓ ମାଲକାନଗିରିରୁ ୬୯ ଲେଖାଏଁ, ଭଦ୍ରକ ୫୧, ନୟାଗଡ଼, ବୌଦ୍ଧ ଓ ରାୟଗଡ଼ାରୁ ୪୮ ଲେଖାଏଁ, ନବରଙ୍ଗପୁର ୪୦, ଗଞ୍ଜାମ ୩୯, ସୋନପୁର ୨୫, ଗଜପତି ୨୨ ଓ ଦେବଗଡ଼ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୩୫,୮୯୮ ରୋଗୀ ଚିହ୍ନଟ ‌ହୋଇଛନ୍ତି। ଗଞ୍ଜାମରେ ୨୦,୦୩୫, କଟକ ୧୯,୬୧୩, ପୁରୀ ୯୬୨୫, ଯାଜପୁର ୯୭୮୨, ମୟୂରଭଞ୍ଜ ୭୬୫୫, ରାୟଗଡ଼ା ୭୨୯୦, ସୁନ୍ଦରଗଡ଼ ୭୨୭୧, ବାଲେଶ୍ବର ୭୨୦୦, ବରଗଡ଼ ୬୦୬୭ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି।

ରାଜ୍ୟରେ ଆଜି ୩୩୭୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୫୭୧ରେ ପହଞ୍ଚିଛି। ଏଥିରେ କଟକରୁ ସର୍ବାଧିକ ୫୪୦ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧା ୨୮୯, ପୁରୀ ୨୦୦, ଯାଜପୁର ୧୭୬, ରାୟଗଡ଼ା ୧୪୧, କନ୍ଧମାଳ ଓ ସୁନ୍ଦରଗଡ଼ରୁ ୧୩୭ ଲେଖାଏଁ, ମୟୂରଭଞ୍ଜ ୧୩୦, ସମ୍ବଲପୁର ୧୨୭, କେନ୍ଦ୍ରାପଡ଼ା ୧୨୩, ଜଗତସିଂହପୁର ୧୧୫, ବାଲେଶ୍ବର ୧୧୧, କେନ୍ଦୁଝର ୧୦୨, ବରଗଡ଼ ୧୦୦, କୋରାପୁଟ ୯୯, ଝାରସୁଗୁଡ଼ା ୮୬, ନବରଙ୍ଗପୁର ୮୪, ସୋନପୁର ୮୦, କଳହାଣ୍ଡି ୭୬, ବଲାଙ୍ଗୀର ୬୮, ମାଲକାନଗିରି ୬୩, ନୂଆପଡ଼ା ୪୯, ଭଦ୍ରକ ୪୭, ଅନୁଗୁଳ ୪୫, ଢେଙ୍କାନାଳ ୪୪, ଗଞ୍ଜାମ ୪୨, ନୟାଗଡ଼ ୩୬, ଗଜପତି ୩୧, ବୌଦ୍ଧ ୧୪, ଦେବଗଡ଼ ୭ ଓ ଷ୍ଟେଟ୍‌ ପୁଲରୁ ୭୯ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର