ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ନୂଆ ଭାରିଆଣ୍ଟ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ୫୦୦ତଳକୁ ଖସିଯାଇଥିବା ସଂଖ୍ୟା ଏବେ ୮ହଜାର ଟପିଲାଣି। ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
ତାଙ୍କ କହିବା ମୁତାବକ, ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ ରହିଛି। କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁର ଆବଶ୍ୟକତା କମ ରହୁଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ଼ ସଂଖ୍ୟା ବଢ଼ାଯିବ ।
ତେବେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୪,୬୧୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୯୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Covid-Cases-to-Rises-For-Next-Two-Months_Thumbnail_2.jpg)