ରାଜ୍ୟରେ ୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୭୩ ଜଣ

ଭୁବନେଶ୍ବର: ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ତଳେ ଥିବା ବେଳେ ଆଜି ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ୦-୧୮ ବର୍ଷ ବର୍ୟସ ମଧ୍ୟରେ ଅଛନ୍ତି ୧୨୮ ଜଣ।

ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୦୬୬୭ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୦୬୨୪୯ ଜଣ ଓ ସକ୍ରିୟ ଅଛନ୍ତି ୫୨୧୩ ଜଣ। ନୂଆ କରି ସୁସ୍ଥ ହୋଇଛନ୍ତି ୯୮୮ ଜଣ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅନୁଗୁଳ ଜିଲ୍ଳାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୯ ଜଣ, ବରଗଡ଼ରୁ ୨୭ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୩୯ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୧ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୧୫, ଜଗତ୍‌ସିଂହପୁରରୁ ୫ ଜଣ, ଯାଜପୁରରୁ ୧୪ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୩୦ ଜଣ, କନ୍ଧମାଳରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୯୬ ଜଣ, କୋରାପୁଟରୁ ୧୩ ଜଣ, ମୟୂରଭଞ୍ଜରୁ ୩୩ ଜଣ, ନବରଙ୍ଗପୁରରୁ ୧୪ ଜଣ, ନୟାଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୪୬ ଜଣ, ସୋନପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୧୭୩ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର