ଗଞ୍ଜାମରୁ ୧୫,୪୯୮ଜଣ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଥିବା ବେଳେ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଆସନ୍ତୁ ଜାଣିବା

ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୮୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨କୁ ବୃଦ୍ଧି ପାଇଛି।

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୫୬ଜଣ, ବାଲେଶ୍ୱରରୁ ୨,୩୯୮ଜଣ, ବରଗଡ଼ରୁ ୧,୦୦୧ଜଣ, ଭଦ୍ରକରୁ ୧,୭୩୩ଜଣ,ବଲାଙ୍ଗୀରରୁ ୧,୦୧୧ଜଣ, ବୌଦ୍ଧରୁ ୪୯୮ଜଣ, କଟକରୁ ୪,୪୬୯ଜଣ, ଦେବଗଡ଼ରୁ ୧୩୭ଜଣ, ଢ଼େଙ୍କାନାଳରୁ ୯୮୪ଜଣ, ଗଜପତିରୁ ୨,୪୩୫ଜଣ, ଗଞ୍ଜାମରୁ ୧୫,୪୯୮ଜଣ, ଜଗତସିଂହପୁରରୁ ୧,୧୩୪ଜଣ, ଯାଜପୁରରୁ ୨,୩୧୦ଜଣ, ଝାରସୁଗୁଡ଼ାରୁ ୫୮୪ଜଣ, କଳାହାଣ୍ଡିରୁ ୮୭୦ଜଣ, କନ୍ଧମାଳରୁ ୧,୫୯୦ଜଣ, କେନ୍ଦ୍ରାପଡ଼ାରୁ ୯୦୫ଜଣ, କେନ୍ଦୁଝରରୁ ୧,୩୩୫ଜଣ, ଖୋର୍ଦ୍ଧାରୁ ୯,୮୪୬ଜଣ, କୋରାପୁଟରୁ ୨,୦୮୫ଜଣ, ମାଲକାନଗିରିରୁ୧,୪୭୫ଜଣ, ମୟୁରଭଞ୍ଜରୁ ୧,୬୦୧ଜଣ, ନବରରଙ୍ଗପୁରରୁ ୫୬୨ଜଣ, ନୟାଗଡ଼ରୁ ୧,୬୫୧ଜଣ, ନୂଆପଡ଼ାରୁ ୨୯୨ଜଣ, ପୁରୀରୁ ୨,୧୩୫ଜଣ, ରାୟଗଡ଼ାର ୨୫୫୭ଜଣ, ସମ୍ବଲପୁର ୧,୬୦୦ଜଣ, ସୁବର୍ଣ୍ଣପୁରରୁ ୩୯୩ଜଣ ଓ ସୁନ୍ଦରଗଡ଼ରୁ ୩୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର