ବ୍ରହ୍ମପୁରର ଏମକେସିଜି ମେଡିକାଲରେ କରୋନା ସନ୍ଦିଗ୍ଧ ଦମ୍ପତି

ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ

ବ୍ରହ୍ମପୁର: ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୁଇ କରୋନା ସନ୍ଦିଗ୍ଧ ଦମ୍ପତି । ଉଭୟଙ୍କର ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଦୁଇ କରୋନା ସନ୍ଦିଗ୍ଧଙ୍କର ଘର ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ। ସ୍ୱାମୀ ଆବୁଧାବିରେ କାମ କରୁଥିଲେ। ସେ ଗତ ୧୧ ତାରିଖରେ ଫେରିଥିଲେ। ବିମାନ ଯୋଗେ ସେ ବିଶାଖାପାଟଣା ବିମାନବନ୍ଦର ପହଞ୍ଚିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ହେଲେ ତାହା ନେଗେଟିଭ୍ ମିଳିଥିଲା।

Image Source: Zee News

ଗାଁରେ ପହଞ୍ଚିବା ପରେ ତାଙ୍କୁ କାଶ ଏବଂ ଜ୍ବର ହୋଇଥିଲା। ଏହାପରେ ସେ ଚିକିତ୍ସିତ ହେବା ଲାଗି ଏମକେସିଜିକୁ ଆସିଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଉମା ମିଶ୍ର କହିଛନ୍ତି ଯେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ତାଙ୍କୁ ନିମୋନିଆ ହୋଇଛି ବୋଲି ଡାକ୍ତର କହିଛନ୍ତି। ତେବେ କା’ଳେ ଉଭୟ ସ୍ବାମୀ-ସ୍ତ୍ରୀଙ୍କଠାରେ କରୋନା ଭାଇରସ୍ ସଂକ୍ରମଣ ରହିଛି, ସେଥିଲାଗି ଉଭୟଙ୍କର ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଛି। ତା’କୁ ଭୁବନେଶ୍ବରର ଲାବୋରାଟୋରିକୁ ପଠାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର