ଗଞ୍ଜାମରେ କରୋନା ମିଟର ନିମ୍ନଗାମୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାରେ କରୋନା ମିଟର ପ୍ରାୟ ଏକ ମାସ ହେଲା ଉପରକୁ ଉପରକୁ ଚାଲିଥିଲା। ଏପରକି ଗୋଟିଏ ଦିନରେ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୭୩୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦିନକରେ ଜିଲ୍ଲାର ୭ଜଣଙ୍କ ଜୀବନ ଯାଇଥିବା ରେକର୍ଡ଼ ମଧ୍ୟ ଆତଙ୍କ ସୃଷ୍ଟି କରିଥିଲା। ଏବେ କରୋନା ମିଟର ଧୀରେ ଧୀରେ ନିମ୍ନଗାମୀ ହେବା ଆରମ୍ଭ କରିଛି। ଆଜି ଜିଲ୍ଲାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨୪୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ଉଚ୍ଚ ରକ୍ତଚାପ ଓ ମଧୁମେହ ପୀଡ଼ିତ ୬୨ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ଘଟିଛି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୨ରେ ପହଞ୍ଚିଛି। ଏଥି ମଧ୍ୟରୁ କୋଭିଡ଼୍‌ରେ ୮୬ଜଣ ଓ ଅଣ କୋଭିଡ଼୍‌ରେ ୬ଜଣଙ୍କ ମୃତ୍ୟୁ ଘଟିଛି।

ଗତ ସପ୍ତାହକର ସ୍ଥିତି ଅନୁଧ୍ୟାନ କଲେ ପ୍ରତି ୨୪ ଘଣ୍ଟାରେ ପଜିଟିଭ୍ ରିପୋର୍ଟ କ୍ରମେ କମୁଥିବା ଲକ୍ଷ୍ୟ କରାଯାଇଛି। ୨୦ ତାରିଖରେ ୨୨୫, ୨୧ ତାରିଖରେ ୩୭୧, ୨୨ ତାରିଖରେ ୫୪୦, ୨୩ ତାରିଖରେ ୭୩୨ ଥିଲା। ୨୪ ତାରିଖରେ ୫୬୦, ୨୫ ତାରିଖରେ ୪୮୪, ୨୬ ତାରିଖରେ ୪୯୧ ଏବ˚ ୨୭ତାରିଖରେ ୩୩୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ୨୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ମିଟର ନିମ୍ନଗାମୀ ହେବା ଧାରା ୨୪ ତାରିଖରୁ ଆରମ୍ଭ ହୋଇଛି। ଜିଲ୍ଲାରେ ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୬ଜଣ କୋଭିଡ଼୍‌ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ୩ଜଣ ଓ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୦୬ଜଣ ରହିଛନ୍ତି।

ସଂକ୍ରମିତ କୋଭିଡ଼୍‌ ଯୋଦ୍ଧାଙ୍କ ମଧ୍ୟରେ ଆସିକା, ବୁଗୁଡ଼ା, ଧରାକୋଟ, ଜଗନ୍ନାଥ ପ୍ରସାଦ, ପୋଲସରା, ରଙ୍ଗେଇଲୁଣ୍ଡା ଓ ଶେରଗଡ଼ ଅଞ୍ଚଳର ଜଣେ ଲେଖାଏଁ, ବେଗୁନିଆପଡ଼ା, ଭଞ୍ଜନଗର, ଛତ୍ରପୁର, ଗଞ୍ଜାମ, ଓ ସୋରଡ଼ା ଅଞ୍ଚଳର ୩ଜଣ ଲେଖାଏଁ, ବେଲଗୁଣ୍ଠା ଅଞ୍ଚଳର ୪ଜଣ, ବ୍ରହ୍ମପୁର ମହାନଗର ଅଞ୍ଚଳର ୬ଜଣ, ହିଞ୍ଜଳିକାଟୁ ଓ ସାନଖେମୁଣ୍ଡି ଅଞ୍ଚଳର ୨ଜଣ ଜଣ ଲେଖାଏଁ ରହିଛନ୍ତି। ବେଗୁନିଆପଡ଼ା, ରଙ୍ଗେଇଲୁଣ୍ଡା ଓ ଗଞ୍ଜାମରୁ ଜଣେ ଲେଖାଏଁ ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ରହିଛନ୍ତି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତଙ୍କ ମଧ୍ୟରେ ଆସିକା ୭, ବେଗୁନିଆପଡ଼ା ଓ ବେଲଗୁଣ୍ଠା ୮ ଲେଖାଏଁ, ବ୍ରହ୍ମପୁର ମହାନଗର ୬୭, ଭଞ୍ଜନଗର ୯, ବୁଗୁଡ଼ା ୬, ଛତ୍ରପୁର ଓ କୁକୁଡ଼ାଖଣ୍ଡି ୫ଜଣ ଲେଖାଏଁ, ଚିକିଟି ୩, ଧରାକ‌ୋଟ ଓ ପୋଲସରା ୨ଜଣ ଲେଖାଏଁ, ଦିଗପହଣ୍ଡି ୯, ଗଞ୍ଜାମ ୧୨, ହିଞ୍ଜଳିକାଟୁ ୨୨, ସୋରଡ଼ା ୧୫, ଜଗନ୍ନାଥପ୍ରସାଦ, ପାତ୍ରପୁର, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା, ଶେରଗଡ଼ ଓ ଖଲ୍ଲିକୋଟରୁ ୪ଜଣ ଲେଖାଏଁ ରହିଛନ୍ତି। ଅନ୍ୟାନ୍ୟ ଅଞ୍ଚଳର ୨ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର