ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଧୀରେ ଧୀରେ କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖିବାକୁ ମିଳିଛି | ଆଜି ସକାଳେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ସନ୍ଧ୍ୟାରେ ପୁଣି ଆଉ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତିନି ଜଣ ପଜିଟିଭ ବାଲେଶ୍ୱର ଜିଲ୍ଲାର ଏବଂ ୩ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଏହି ତିନି ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଂଚିଥିବାବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି | ସୂଚନା ଅନୁସାରେ ଏହି ୩ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୪୪, ୬୧ ଓ ୬୩ ବର୍ଷ।
3rd Health Update, 29 April
Three Positive Case in Balasore
44 yr Male, 61 yr Male & 63 yr Male(All Kolkata returnees. All asymptomatic. All were in quarantine)
Contact tracing and follow-up action is being done.Total Positive Case: 125
— I & PR Department, Odisha (@IPR_Odisha) April 29, 2020
ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଟୁଇଟ ଅନୁଯାୟୀ ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭ କୋଲକାତାରୁ ଫେରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା | କରୋନା ଆକ୍ରାନ୍ତ ହୋଇଥିବା ନେଇ କୌଣସି ଲକ୍ଷଣ ନଥାଇ ମଧ୍ୟ ସ୍ୱାବ ନମୁନା ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି |