ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି କେତେ କରୋନା ଆକ୍ରାନ୍ତ ?

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି | ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬୮, ବାଲେଶ୍ବରରେ ୧୩୯, ଯାଜପୁରରେ ୨୪୨ , କଟକରେ ୮୬, ସୁନ୍ଦରଗଡ଼ରେ ୩୯ , ପୁରୀରେ ୮୫, କେନ୍ଦ୍ରାପଡ଼ାରେ ୬୧. ଅନୁଗୁଳରେ ୨୫ ,ଖୋର୍ଦ୍ଧାରେ ୯୯, ଦେବଗଡ଼ରେ ୨୪ , ଭଦ୍ରକରେ ୧୦୬, ନୟାଗଡ଼ରେ ୫୦, ଜଗତସିଂହପୁରରେ ୪୭, ନୂଆପଡାରେ ୧୪, ବଲାଙ୍ଗୀରରେ ୫୪, ବୌଦ୍ଧରେ ୩୩, ଅନୁଗୁଳରେ ୨୫, କେନ୍ଦୁଝରରେ ୨୦, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୧୬, କଳାହାଣ୍ଡିରେ ୧୫, କନ୍ଧମାଳରେ ୧୩, ଗଜପତିରେ ୧୦, କୋରାପୁଟରେ ୭, ଢେଙ୍କାନାଳରେ ୭, ଝାରସୁଗୁଡ଼ାରେ ୬, ସମ୍ବଲପୁରରେ ୫ରେ ପହଞ୍ଚିଛି।

ଅପରପକ୍ଷରେ ବରଗଡ଼, ନବରଙ୍ଗପୁରର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୫୩ ଥିବା ବେଳେ ୭୩୩ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଏଯାବତ୍ ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏଠାରେ ସୂଚନା ଥାଉ କି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ଯାଜପୁର ରହିଛି | ଏଠାରେ ୨୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୩୯ଟି କରୋନା ପଜିଟିଭ ସହ ତୃତୀୟରେ ବାଲେଶ୍ୱର ଜିଲ୍ଲା ରହିଛି |

ସମ୍ବନ୍ଧିତ ଖବର