ପୁଣି ଶତକ ଟପିଲା ଗଞ୍ଜାମ, ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୫୧ କରୋନା ପଜିଟିଭ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୦୨ ଜଣ ଚିହ୍ନଟ ହୋଇଛନ୍ତି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୫୧ ଜଣଙ୍କ ମଧ୍ୟରୁ ୨୦୮ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ ୪୩ ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି |


ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨ ଜଣ, ବରଗଡ଼ରୁ ୧୨ ଜଣ, ବଲାଙ୍ଗୀରରୁ ୪ ଜଣ, କଟକରୁ ୩୨ ଜଣ, ଦେବଗଡ଼ରୁ ୪ ଜଣ, ଗଜପତିରୁ ୬ ଜଣ, ଝାରସୁଗୁଡାରୁ ୫ ଜଣ, କେନ୍ଦ୍ରାପଡାରୁ ୪ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ମାଲକାନଗିରିରୁ ୧୦ ଜଣ, ମୟୁରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୧୪ ଜଣ, ପୁରୀରୁ ୧୨ ଜଣ, ସମ୍ବଲପୁରରୁ ୨ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ, ଯାଜପୁରରୁ ଜଣେ ଓ ଜଣେ ଏନଡିଆରଏଫ ଯବାନ ଚିହ୍ନଟ ହୋଇଛନ୍ତି |

ଆଜି ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୭୩୧୬ରେ ପହଂଚିଥିବାବେଳେ ୫୨୮୯ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୨୦୯୪ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର