ଭୁବନେଶ୍ବର : ରାଜ୍ୟରେ ଗୋଟିଏ ମାସ ଭିତରେ କରୋନା ଚିତ୍ର ବଦଳି ଯାଇଛି। ମାର୍ଚ ମାସ ୩୦ତାରିଖ ବେଳକୁ ରାଜ୍ୟରେ ମାତ୍ର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଏପ୍ରିଲ ମାସ ଶେଷ ବେଳକୁ ଏହି ସଂଖ୍ୟା ୧୪୨ରେ ପହଞ୍ଚି ଯାଇଛି। ଗୋଟିଏ ମାସରେ ୧୩୯ଜଣ ଚିହ୍ନଟ ହୋଇଛନ୍ତି। ବିଶେଷକରି ଗତ କିଛିଦିନ ହେବ କୋଲକାତାରୁ ଫେରିଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ଚିହ୍ନଟ କରାଯାଉଛି। ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ନମୁନା ପରୀକ୍ଷା ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି। ଗତମାସ ୩୦ତାରିଖ ବେଳକୁ ରାଜ୍ୟରେ ୩୭୦ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜିର ଦିନରେ ଏହା ବୃଦ୍ଧି ପାଇ ୩୧୬୯୬ରେ ପହଞ୍ଚିଛି। ସେ ସମୟରେ ରାଜ୍ୟର ଗୋଟିଏ ସ୍ଥାନରେ କୋଭିଡ ନମୁନା ପରୀକ୍ଷା କରାଯାଉଥିବା ବେଳେ ଏବେ ରାଜ୍ୟରେ ଏବେ ୮ଟି ସ୍ଥାନରେ ପରୀକ୍ଷା କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp