ଭୁବନେଶ୍ୱରରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହା ସହ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୧୭ଜଣଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨ଜଣ କରୋନା ଯୋଦ୍ଧା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୪୫୦ଥିବା ସହ ୨୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କରୋନା ଆକ୍ରାନ୍ତ ହୋଇ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୯ଟି ସକ୍ରିୟ ମାମଲା ରହିଛି |

ତେବେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ ଡୁମୁଡୁମାର ରଘୁନାଥ ନଗର ବସ୍ତିରୁ ୨ଜଣ, ଜଗନ୍ନାଥ ବିହାର ନିକଟସ୍ଥ ପଟିଆ ଭିଲେଜରୁ ଜଣେ, ବିଜେବି ନଗରର ପାଣିଟାଙ୍କି ବସ୍ତିରୁ ଜଣେ, ଦାସପୁରର ଅନ୍ଧାରୁଆରୁ ଜଣେ, ଶତାବ୍ଦୀ ନଗରର ଲେନ-୧ରୁ ଜଣେ, ମଙ୍ଗଳା ମନ୍ଦିର ନିକଟସ୍ଥ ଚକେଇସିଆଣୀରୁ ଜଣେ, କେନ୍ଦ୍ର ଦ୍ୱାରା ପରିଚାଳିତ ଡାକ୍ତରଖାନାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଛନ୍ତି |

ସେହିଭଳି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣଙ୍କ ମଧ୍ୟରେ ଜୟଦେବ ବିହାରର ଇଏସଆଇ ହସ୍ପିଟାଲ କଲୋନୀରୁ ଜଣେ, ପଟିଆ ବିଗ ବଜାର ନିକଟରୁ ୨ଜଣ, ଚନ୍ଦ୍ରଶେଖରପୁରର ପ୍ରଗତି ବିହାରରୁ ଜଣେ ଏବଂ ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ବ୍ୟକ୍ତି ରହିଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁ ଦ୍ୱାରା କବଳିତ ହୋଇଥିବା ଜଣା ପଡିଛି | ଏହା ସହ କୋଭିଡ ହସ୍ପିଟାଲରୁ ୨ଜଣ କରୋନା ଯୋଦ୍ଧା ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି |

ଆଜି ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୪ଜଣଙ୍କ ମଧ୍ୟରେ ୨ଜଣ ଘରୋଇ ଡାକ୍ତରଖାନାର କର୍ମଚାରୀ ଥିବା ବେଳେ ଡୁମୁଡୁମା ଫେଜ-୧ରୁ ଜଣେ ଏବଂ ରସୁଲଗଡରୁ ଜଣେ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର