ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟ ସରକାରଙ୍କ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆଜି ସକାଳୁ ଜଣେ ଓ ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଅଞ୍ଚଳର ଓ ତାଙ୍କର ବୟସ ୬୫ ବର୍ଷ । ସେହିଭଳି ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ବରର ବମିଖାଲ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଝାରପଡ଼ା ଅଞ୍ଚଳର ।
ସୂଚନା ଅନୁସାରେ, ଝାରପଡ଼ାର ଆକ୍ରନ୍ତ ଜଣେ ୫୦ ବର୍ଷିଅ ପୁରୁଷ ଓ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟପକ୍ଷରେ ଭୁବନେଶ୍ବରର ଅବରୋଧ ଅଂଚଳ ବମିଖାଲରୁ ଚିହ୍ନଟ ହୋଇଥିବା ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ ବର୍ଷିୟ ପୁରୁଷ, ୭୦ ବର୍ଷିୟ ବୃଦ୍ଧ ଓ ୫୧ ବର୍ଷୀୟ ମହିଳା ଅଛନ୍ତି । ସମସ୍ତଙ୍କୁ ଚିକିତ୍ସା ଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
/sambad/media/post_attachments/wp-content/uploads/2020/04/8755fec2-8e0c-4230-b9bf-b858fc8ccd98-719x1024.jpg)
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୪ ହଜାର ୭୩୪ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୪ ହଜାର ୬୭୮ ଜଣଙ୍କ ନମୁନା ନେଗେଟିଭ ଓ ୬୦ ଜଣଙ୍କ ପଜିଟିଭ ଆସିଛି । ଏଥିରୁ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରାଜ୍ୟରେ ଏବେ ୪୧ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/a883dfda-30b4-4d07-87c1-449e4d89b556.jpg)