ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୬୦ ହେଲା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି  ୪ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟ ସରକାରଙ୍କ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି।  ଆଜି ସକାଳୁ ଜଣେ ଓ ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଅଞ୍ଚଳର ଓ ତାଙ୍କର ବୟସ ୬୫ ବର୍ଷ ।  ସେହିଭଳି ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ବରର ବମିଖାଲ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଝାରପଡ଼ା ଅଞ୍ଚଳର ।

ସୂଚନା ଅନୁସାରେ,  ଝାରପଡ଼ାର ଆକ୍ରନ୍ତ ଜଣେ ୫୦ ବର୍ଷିଅ ପୁରୁଷ ଓ  ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।  ଅନ୍ୟପକ୍ଷରେ ଭୁବନେଶ୍ବରର ଅବରୋଧ ଅଂଚଳ ବମିଖାଲରୁ ଚିହ୍ନଟ ହୋଇଥିବା  ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ ବର୍ଷିୟ ପୁରୁଷ, ୭୦ ବର୍ଷିୟ ବୃଦ୍ଧ ଓ ୫୧ ବର୍ଷୀୟ ମହିଳା ଅଛନ୍ତି । ସମସ୍ତଙ୍କୁ ଚିକିତ୍ସା ଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୪ ହଜାର ୭୩୪ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ସେଥିରୁ ୪ ହଜାର ୬୭୮ ଜଣଙ୍କ ନମୁନା ନେଗେଟିଭ ଓ ୬୦ ଜଣଙ୍କ ପଜିଟିଭ ଆସିଛି । ଏଥିରୁ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରାଜ୍ୟରେ ଏବେ ୪୧ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର