ଭୁବନେଶ୍ୱରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା

ଭୁବନେଶ୍ୱର: ୫୫ରେ ପହଞ୍ଚିଲା ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା | ଆଜି ଭୁବନେଶ୍ବରର ବମିଖାଲ ଅବରୋଧ ଅଂଚଳରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ନମୁନା ପରୀକ୍ଷା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି| ଏହି ଯୁବକ ପୂର୍ବରୁ ବମିଖାଲରେ ପଜିଟିଭ  ଚିହ୍ନଟ ହୋଇଥିବା ୪ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ | ଏହି ଯୁବକଙ୍କୁ ମିଶାଇ ଓଡ଼ିଶାରେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୧ ହୋଇଥିବାବେଳେ ପରୀକ୍ଷା କରାଯାଇଥିବା ୪୧୭୦ ନମୁନା ରିପୋର୍ଟରୁ ୫୫ ଜଣ ପଜିଟିଭ ଥିବାର ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି |

 

ତେବେ ଡାକ୍ତରଖାନାରୁ ସୁସ୍ଥ ହୋଇ ୧୩ ଜଣ ଫେରିଛନ୍ତି | ସେହିପରି ଓଡ଼ିଶାରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି | ଅନ୍ୟପଟେ ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ  ଅଞ୍ଚଳରେ ଥିବା କଣ୍ଟେନମେଣ୍ଟ୍ ଜୋନକୁ ଭୁବନେଶ୍ବର ମହାନଗର ନରଗମ  ଉଠାଇଦେଇଛି |

ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କନଟେନମେଣ୍ଟ ଜୋନ୍ ଉଠାଯାଇଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି | ତେବେ କନଟେନମେଣ୍ଟ ଜୋନ୍ ଉଠିବା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ସେବା ଯୋଗାଇ ଦିଆଯିବ । ଦୁଇ ଅଞ୍ଚଳର ଲୋକେ ସରକାରଙ୍କୁ ସହଯୋଗ କରିଥିବାରୁ ବିଏମସି କମିଶନର ଧନ୍ୟବାଦ ଦେଇଛନ୍ତି |

ସମ୍ବନ୍ଧିତ ଖବର