ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି |
12 positive cases have been found against total 5569 COVID -19 samples taken from Puri Town in last one week ( Phase 2 testing for Rath Yatra )
All confirm cases have been shifted to Dedicated covid hospital, Contact tracing and containment area have been done— PuriOfficial (@Puri_Official) July 1, 2020
ତେବେ ଆଜି ଚାଲିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତଙ୍କର କରୋନା ଟେଷ୍ଟରେ ନେଗେଟିଭ ଥିବାର ଜିଲ୍ଲା ପ୍ରଶାସନ ଜଣାଇଛି |
As per government guidelines
Only persons tested negative are being allowed in Bahuda yatra and other rituals as per Honourable Supreme Court instructions.@CMO_Odisha @IPR_Odisha— PuriOfficial (@Puri_Official) July 1, 2020
ଅନ୍ୟପଟେ କଟକରୁ ଆଜି ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ବଡମ୍ବା ଅଂଚଳର ୧୭ ଜଣ, ନିଆଳି ଅଂଚଳର ୨ ଜଣ, କଣ୍ଟାପଡାରୁ ୨ ଜଣ, ନିଶ୍ଚିନ୍ତକୋଇଲିରୁ ୯ ଜଣ, ସିଏମସି ବା କଟକ ମ୍ୟୁନିସିପାଲଟି ଅଂଚଳରୁ ୮ ଜଣ, ଏନଡିଆରଏଫର ଜଣେ ଯବାନ ଚିହ୍ନଟ ହୋଇଛନ୍ତି |