ବଢୁଛି କରୋନା ସଂକ୍ରମଣ, କେମିତି ହେବ ନିର୍ବାଚନ? ଆସିଲା ନେତାଙ୍କ ଭିନ୍ନମତ: ଜାଣନ୍ତୁ କିଏ କଣ କହିଲେ

ଭୁବନେଶ୍ବର: ଉଭୟ ଦେଶ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପରି ସ୍ଥିତିରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଓଡିଶାରେ ପଂଚାୟତ ନିର୍ବାଚନ କେମିତି ହେବ ସେ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ବିଜେଡି ନେତ୍ରା ପ୍ରମିଳା ମଲିକ କହିଛନ୍ତି, ଉତ୍ତର ପ୍ରଦେଶରେ ସଂକ୍ରମଣ ବଢୁଛି । ତେଣୁ ଆଗ ଉତ୍ତର ପ୍ରଦେଶରେ ନିର୍ବାଚନ ବନ୍ଦ ହେଉ । ପରେ ଓଡିଶାର କଥା ହେବା ।

ସେହିପରି ବିଜେପି ନେତା ଖାରବେଳ ସ୍ୱାଇଁ କହିଛନ୍ତି, ସଂକ୍ରମଣ ଅଧିକ ବଢୁଛି। ତେଣୁ ସାମୟିକ ଭାବେ କିଛି ମାସ ପାଇଁ ପଞ୍ଚାୟତ ଓ ବିଧାନସଭା ନିର୍ବାଚନ ବନ୍ଦ ହେଉ । କାରଣ କରୋନା ନିୟମ ଲାଗୁ ହେଲେ ବି କେହି ଏହାକୁ ମାନିବେ ନାହିଁ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଦ୍ୱିତୀୟ ଲହର ବେଳେ ସଂକ୍ରମଣ ଅଧିକ ବ୍ୟାପିଥିଲା । ଏହି ସମୟରେ ପଶ୍ଚିମବଙ୍ଗ ନିର୍ବାଚନ ହୋଇଥିଲା । ସେତେବେଳେ କେହି କରୋନା ନିୟମ ମାନୁନଥିଲେ ।

ଏବେ ୟୁପିରେ ବିଧାନସଭା ନିର୍ବାଚନ ପାଇଁ ବଡ ବଡ ରାଲି ହେଉଛି । ଆଉ ଓଡିଶାରେ ମଧ୍ୟ ପଂଚାୟତ ନିର୍ବାଚନ ପାଇଁ ବଡ ସମାବେଶ ହେଉଛି । ତେଣୁ ସାମୟିକ ଭାବେ ନିର୍ବାଚନ ବନ୍ଦ ହେଉ । ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ନିର୍ବାଚନ ହେଳେ ହାଇ ରିସ୍କ ରହିବ ସଂକ୍ରମଣ । ତେଣୁ ନିର୍ବାଚନ ୨ ମାସ ଘୁଂଚାଇବା ଦରକାର ।

ସମ୍ବନ୍ଧିତ ଖବର