ପୁଲିସ କର୍ମଚାରୀ କରୋନା ସଂକ୍ରମିତ, ସୂଚନା ଦେଲା କମିସନରେଟ୍ ପୁଲିସ

ଭୁବନେଶ୍ୱର:  ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର-କଟକ ପୁଲିସ କମିସନ୍‌ରେଟ୍‌ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ଛୁଟିରେ ଥିବା କମିସନ୍‌ରେଟ୍‌ ପୁଲିସର ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ନମୁନା ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତ ହୋଇଥିବା କର୍ମଚାରୀଙ୍କ ବୟସ  ୩୬ବର୍ଷ।  ତେବେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲ୍‌କୁ ଚିକିତ୍ସା ଲାଗି ପଠାଯାଇଛି।  ତେବେ ସେ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି। ଏହି କାରଣରୁ ସେ କରୋନା ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

କମିସନ୍‌ରେଟ ପୁଲିସ ଅଧିନରେ ଥିବା ୪ଟି ହସ୍ପିଟାଲ୍‌ରେ ଡାକ୍ତରମାନେ ପୁଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନିରନ୍ତର ଧ୍ୟାନ ରଖିଛନ୍ତି। ତେଣୁ ଚିନ୍ତାର କୌଣସି ଅବକାଶ ନାହିଁ ବୋଲି କମିସନ୍‌ରେଟ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର