ଖୋର୍ଧା, କଟକ, ପୁରୀରେ ବଢ଼ୁଛି ସଂକ୍ରମଣ: ଦିନକରେ ୩୬୪୫ ଆକ୍ରାନ୍ତ, ୮ ମୃତ, ୩,୭୧୪ ସୁସ୍ଥ

ଖୋର୍ଧା ୨୭ହଜାର, କଟକ ୧୩ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଅବ୍ୟାହତ ରହିଛି। ଗତ ୧୩ତାରିଖରେ ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପ‌ରେ ଗତ ୨୪ଘଣ୍ଟା‌ରେ ୩୬୪୫ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କେବଳ ଗଞ୍ଜାମ, ଗଜପତିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଖୋର୍ଧା, କଟକ, ପୁରୀରେ ଏହାର ଜୋରଦାର ବୃଦ୍ଧି ଦେଖିବାକୁ ମିଳୁଛି। ରାଜ୍ୟରେ ଏବେ ୨୨ ପ୍ରତିଶତ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ଦେଶର ସର୍ବାଧିକ ଚିକିତ୍ସାଧୀନ ରୋଗୀ ତାଲିକାରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ଖୋର୍ଧା ଜିଲ୍ଲାରେ ରାଜ୍ୟର ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ଏକଦା ସର୍ବାଧିକ ସଂକ୍ରମିତ ଥିବା ଗଞ୍ଜାମ ଜିଲ୍ଲାର ସକ୍ରିୟ/ଚିକିତ୍ସିତ ରୋଗୀଙ୍କ ୧୮ଗୁଣ। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩,୯୪୦ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି।

ଚିହ୍ନଟ ୩୬୪୫ ଆକ୍ରାନ୍ତଙ୍କ ମଧ୍ୟରେ ୨୧୫୧ ସଙ୍ଗରୋଧରୁ ଓ ୧୪୯୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୩୫୭, ପୁରୀ ୨୪୬, ବରଗଡ଼ ୧୫୭, ବାଲେଶ୍ବର ୧୫୬, ଭଦ୍ରକ ୧୪୩, ମୟୂରଭଞ୍ଜ ୧୩୭, ସମ୍ବଲପୁର ୧୨୭, ଯାଜପୁର ୧୧୬, ସୋନପୁର ୯୯, ଜଗତସିଂହପୁର, କୋରାପୁଟ ଓ କନ୍ଧମାଳରୁ ୯୫ ଲେଖାଏଁ, ଝାରସୁଗୁଡ଼ା ୯୧, ନବରଙ୍ଗପୁର ଓ ନୂଆପଡ଼ାରୁ ୯୦ ଲେଖାଏଁ, ସୁନ୍ଦରଗଡ଼ ୮୪, ରାୟଗଡ଼ା ୭୯, କେନ୍ଦ୍ରାପଡ଼ା ୭୫, ଢେଙ୍କାନାଳ ୬୮, କେନ୍ଦୁଝର ୫୬, ଗଞ୍ଜାମ ୪୬, ଅନୁଗୁଳ ଓ ବଲାଙ୍ଗୀରରେ ୩୯ ଲେଖାଏଁ, ନୟାଗଡ଼ ୩୮, ମାଲକାନଗିରି ୩୩, ବୌଦ୍ଧ ୩୦, ଦେବଗଡ଼ ୧୫ ଓ ଗଜପତିରୁ ୯ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୮ହଜାର ୬୫୦ରେ ପହଞ୍ଚିଛି। ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୭,୨୭୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୧୯୦୩୧, କଟକ ୧୩,୭୩୯, ପୁରୀ ୬୮୪୩, ରାୟଗଡ଼ା ୬୩୦୧, ଯାଜପୁର ୬୦୦୬, ମୟୂରଭଞ୍ଜ ୫୮୮୮, ସୁନ୍ଦରଗଡ଼ ୫୮୧୨, ବାଲେଶ୍ବର ୫୪୬୦ ରୋଗୀ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ ୮ଜଣ ରୋଗୀ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଏଥିରେ କଟକରୁ ୩, ସୋନପୁର, ସମ୍ବଲପୁର, କନ୍ଧମାଳ, ରାୟଗଡ଼ା ଓ ବୌଦ୍ଧରୁ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୬୪୫ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୫ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଧାରେ ୯୪, କଟକ ୫୪, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୪, ପୁରୀ ୨୫, ଗଜପତି ୧୮, ନୟାଗଡ଼, ସମ୍ବଲପୁର ଓ କନ୍ଧମାଳରୁ ୧୭ଜଣ ଲେଖାଏଁ, ବାଲେଶ୍ବର ୧୫, ବଲାଙ୍ଗୀର ୧୨, ମୟୂରଭଞ୍ଜ ୧୧ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେବେ ଗତମାସ ୧୩ତାରିଖରୁ ରାଜ୍ୟରେ କୌଣସି ଅଣ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇନାହିଁ।

ସେହିଭଳି ରାଜ୍ୟରେ ଆଜି ଆଉ ୩୭୧୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨୫ହଜାର ୭୩୮ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ହାର ପ୍ରାୟ ୭୯ ପ୍ରତିଶତ ରହିଛି। ଆଜି ଖୋର୍ଧାରୁ ସର୍ବାଧିକ ୭୪୪ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ବରଗଡ଼ ୩୯୭, କଟକ ୩୭୫, ଯାଜପୁର ୨୪୨, ପୁରୀ ୨୦୧, ମୟୂରଭଞ୍ଜ ୧୫୨, ଝାରସୁଗୁଡ଼ା ୧୧୭, ବାଲେଶ୍ବର ଓ କୋରାପୁଟରୁ ୧୧୫ ଲେଖାଏଁ, କନ୍ଧମାଳ ୧୦୦, ଜଗତସିଂହପୁର ୯୩, ଗଞ୍ଜାମ ୯୨, କେନ୍ଦ୍ରାପଡ଼ା ୮୮, ସୋନପୁର ଓ ସୁନ୍ଦରଗଡ଼ରୁ ୮୪ ଲେଖାଏଁ, ବଲାଙ୍ଗୀର ୭୫, ଅନୁଗୁଳ ୭୨, ସମ୍ବଲପୁର ୭୧, ନୟାଗଡ଼ ୭୦, କେନ୍ଦୁଝର ୬୦, ନବରଙ୍ଗପୁର ୫୯, ନୂଆପଡ଼ା ୫୩, କଳାହାଣ୍ଡି ୪୮, ଦେବଗଡ଼ ୪୩, ଗଜପତି ୩୮, ଭଦ୍ରକ ଓ ଢେଙ୍କାନାଳରୁ ୩୪ ଲେଖାଏଁ, ମାଲକାନଗିରି ୨୨, ବୌଦ୍ଧ ୧୯ ଓ ରାୟଗଡ଼ାରୁ ୧୭ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର