କରୋନା ପଜିଟିଭ ଛାତ୍ରଛାତ୍ରୀ ଦେଇପାରିବେନି ନିଟ ପରୀକ୍ଷା

ନିଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାତି ପାହିଲେ ନିଟ ପରୀକ୍ଷା ହେବ । କିନ୍ତୁ ଏହା ପୂର୍ବରୁ ବଡ଼ ଖବର ଆସିଛି । ଆସନ୍ତାକାଲି ହେବାକୁ ଥିବା ନିଟ ପରୀକ୍ଷାରେ କରୋନା ପଜିଟିଭ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ନାହିଁ । ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ଏସଓପିରେ ଏହା କୁହାଯାଇଛି । ପଜିଟିଭ ଛାତ୍ରଛାତ୍ରୀମାନେ ଅନ୍ୟ ଦିନରେ ପରୀକ୍ଷା ଦେଇପାରିବେ । ତେବେ ପଜିଟିଭ ଛାତ୍ରଛାତ୍ରୀମାନେ କେବେ ପରୀକ୍ଷା ଦେବେ ସେ ନେଇ ପରେ ନିଷ୍ପତ୍ତି ହେବ ।

ନିଟ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପିଲାମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ ହୋଇଛି । ସମସ୍ତଙ୍କ ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

 

ନିଟ ପରୀକ୍ଷା ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ଏହି ପରୀକ୍ଷା ହେବ । ଏନଟିଏ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବା ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ପୌରସଂସ୍ଥାର ଅଧ୍ୟକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀ ନିର୍ଭୟରେ ନିଟ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର