ଭୁବନେଶ୍ୱର: ୧୧ଜଣ କରୋନା ପଜିଟିଭଙ୍କର ଗସ୍ତ ବିବରଣୀ ଆଜି ରାଜ୍ୟ ସରକାର ଜାରି କରିଛନ୍ତି | ଏମାନଙ୍କ ମଧ୍ୟରୁ ୨ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୯ ଜଣ ଯାଜପୁରର। ଏହି ସମସ୍ତଙ୍କର କୋଲକାତା ଲିଙ୍କ ଥିବାର ଜଣାପଡିଛି | ଏବେ ନଜର ପକାନ୍ତୁ କେଉଁ ରୋଗୀ କାହା ସଂସ୍ପର୍ଶରେ ଆସିଥିଲେ |
ଆକ୍ରାନ୍ତ ନମ୍ବର ୧୪୪: ୫୦ ବର୍ଷୀୟ ପୁରୁଷଙ୍କ ଘର ଯାଜପୁରର ବେହେରାପାଟଣା ହୋଇଥିବାବେଳେ ସେ କୋଲକାତାରୁ ଫେରିଥିଲେ | ମାର୍ଚ୍ଚ ୨୮ ତାରିଖରେ ସେ କୋଲକାତାରୁ ଫେରିଥିବା ବେଳେ ହୋମ କ୍ଵାରଣ୍ଟିନରେ ମାର୍ଚ୍ଚ ୨୮ରୁ ମେ ୧ ଯାଏଁ ରହିଥିଲେ | ମେ ୧ ତାରିଖରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ |
ଆକ୍ରାନ୍ତ ନମ୍ବର ୧୪୫: ୭୫ ବର୍ଷୀୟ ଏହି ମହିଳାଙ୍କ ଘର ଯାଜପୁରର କଟିକଟା ହୋଇଥିବା ବେଳେ କୋଲକାତା ଫେରନ୍ତା  ୯୭ତମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ | ମେ ୧ରେ ତାଙ୍କର ନମୁନା ପରୀକ୍ଷା ହେବାରୁ ପଜିଟିଭ ବୋଲି ଜଣାପଡିଥିଲା |
ଆକ୍ରାନ୍ତ ନମ୍ବର ୧୪୬: ଏହି ବ୍ୟକ୍ତିଙ୍କ ଘର ଯାଜପୁରରେ ହୋଇଥିବା ବେଳେ ସେ ମାର୍ଚ୍ଚ ୨୨ରେ କୋଲକାତାରୁ ଫେରିଥିଲେ | ୨୨ ମାର୍ଚ୍ଚରୁ ମେ ୧ ଯାଏଁ ସ୍ଥାନୀୟ ବଜାରକୁ ଯାଇଥିବା ବେଳେ ଗାଁରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୫ ଯାଏଁ ଜଳଖିଆ ବିକିଥିଲେ | ମେ ୧ରେ ନମୁନା ପରୀକ୍ଷା କରାଯିବାରୁ ପଜିଟିଭ ବୋଲି ଜଣାପଡିଥିଲା |

Advertisment

publive-imageଆକ୍ରାନ୍ତ ନମ୍ବର ୧୫୧: ୩୫ ବର୍ଷୀୟ ଏହି ମହିଳା ଆକ୍ରାନ୍ତଙ୍କ ଘର ଯାଜପୁରର ବାସୁଦେବପୁରରେ ହୋଇଥିବାବେଳେ ସେ କରୋନା ପଜିଟିଭ କେଶ ନମ୍ବର ୮୬ ଓ ୮୭ଙ୍କ ସଂସ୍ପର୍ଶରେ ଆସିଥିଲେ | ମେ ୧ରେ ତାଙ୍କର ନମୁନା ପରୀକ୍ଷାରୁ ପଜିଟିଭ ବୋଲି ପଡିଥିଲା |
ଆକ୍ରାନ୍ତ ନମ୍ବର ୧୫୩: ୬୦ ବର୍ଷୀୟ ଏହି ମହିଳା ଯାଜପୁର ବାସୁଦେବପୁରର ହୋଇଥିବାବେଳେ ସେ ମଧ୍ୟ କୋଲକାତାରୁ ଫେରିଥିବା ୧୧୧ ନମ୍ବର କରୋନା ପଜିଟିଭ ଙ୍କ ସଂସ୍ପର୍ଶରେ ଆସିଥିଲେ | ମେ ୧ରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ |
ଆକ୍ରାନ୍ତ ନମ୍ବର ୧୫୪ : ଯାଜପୁର ବାସୁଦେବପୁରର ୨୪ ବର୍ଷୀୟ ଯୁବତୀ ଜଣକ କୋଲକାତାରୁ ଫେରିଥିବା ୧୧୧ ନମ୍ବର କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ | ମେ ୧ରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା |
ଆକ୍ରାନ୍ତ ନମ୍ବର ୧୫୫ : ୪୮ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ଯାଜପୁରର ବରୀରେ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ସେ କୋଲକାତାରୁ ଫେରିଥିଲେ| ମାର୍ଚ୍ଚ ୩୧ ତାରିଖରୁ ମେ ୨ ମଧ୍ୟରେ ଘରେ ଥିବା ବେଳେ ଏକାଦଶାହ ଭୋଜିରେ ଯୋଗ ଦେବା ସହ ବଜାର ଓ ପିଡ଼ିଏସ ସାମଗ୍ରୀ ଆଣିବାକୁ ମଧ୍ୟ ଯାଇଥିଲେ | ୨ ତାରିଖରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା |
ଆକ୍ରାନ୍ତ ନମ୍ବର ୧୫୬: ୫୫ ବର୍ଷୀୟ ଏହି ଵ୍ୟକ୍ତିଙ୍କ ଘର ଯାଜପୁରର ବାଲିଆପାଳ ହୋଇଥିବାବେଳେ ସେ କୋଲକାତାରୁ ଫେରିଥିଲେ | ମାର୍ଚ୍ଚ ୨୯ ତାରିଖରେ ଏକ ଗାଡ଼ିରେ କୋଲକାତାରୁ ନିଜ ଘରକୁ ଆସିଥିଲେ | ୨ ଦିନ ଘରେ ରହିବା ପରେ ଏପ୍ରିଲ ୧୪ରେ ଜାରକାରେ ଥିବା ଭୂମିକା ଚକ୍ଷୁ ହସ୍ପିଟାଲକୁ ଯାଇଥିଲେ | ମେ ୨ ତାରିଖରେ ସେ ପଜିଟିଭ ବୋଲି ଜଣାପଡିଥିଲା |
ଆକ୍ରାନ୍ତ ନମ୍ବର-୧୫୭: ୬୨ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ଯାଜପୁରର ବଇଁଶିରରେ ହୋଇଥିବାବେଳେ ଏପ୍ରିଲ ୧୧ରେ ଘରେ ପହଂଚିଥିଲେ | ଏପ୍ରିଲ ୧୨ ତାରିଖରେ ସୁଜନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧୁମେହ ଚେକଅପ ପାଇଁ ଯାଇଥିଲେ | ଏପ୍ରିଲ ୧୨ରୁ ମେ ୨ ଯାଏଁ ଘରେ ଥିବାବେଳେ ମେ ୨ ରେ ତାଙ୍କର ପଜିଟିଭ ବୋଲି ଜଣାପଡିଥିଲା |

ଏହି ସବୁ ଆକ୍ରାନ୍ତ ବର୍ତ୍ତମାନ ଯାଜପୁରର କଳିଙ୍ଗନଗରରେ ଥିବା ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି |