ସାମାଜିକ ଦୂରତା ରକ୍ଷା: ହୋଟେଲ ଓ କ୍ୟାଣ୍ଟିନ୍‌ ବନ୍ଦ କଲେ ସରକାର

କରୋନା ସ୍ଥିତିର ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ପାଇଁ ଆଜି ପୁଣି ଥରେ ସରକାର କଡ଼ାକଡ଼ି କରିଛନ୍ତି ନିୟମ। ସହରାଞ୍ଚଳରେ ହୋଟେଲ, କ୍ୟାଣ୍ଟିନ୍‌, ରେସ୍ତୋରାଁ, କଫି ଦୋକାନ, ବାର୍‌ ଓ ଭୋଜନାଳୟ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅସ୍ଥାୟୀ ଭାବେ ଜାରି କରାଯାଇଥିବା ସରକାର କହିଛନ୍ତି।

ବନ୍ଦ ରହିବ ସମସ୍ତ ପ୍ରକାର ଭୋଜନାଳୟ ଓ ବାର୍‌
କରୋନା ପାଇଁ ହୋଟେଲ, ରେସ୍ତୋରାଁ, ବାର୍‌, କଫି ଦୋକାନ ବନ୍ଦ ରହିବ।
ଏହା ସହିତ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନ୍‌ ବନ୍ଦ ରହିବ।
ହୋଟେଲ ନ ଆସିବାକୁ ମାଲିକମାନେ ଗ୍ରାହକଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ।
ନିଜସ୍ବ ରେସ୍ତୋରାଁ ଥିବା ବଡ଼ ହୋଟେଲରେ ପ୍ରତି ଗ୍ରାହକଙ୍କ ଭିତରେ ଅନ୍ୟୂନ ୨ ମିଟର ବ୍ୟବଧାନ ରହିବ।
ଟାକ୍ସି ଓ ଅଟୋରିକ୍‌ସା ପାଇଁ ସତର୍କତା
ସମସ୍ତ ସାର୍ବଜନୀନ ପରିବହନ ଯାନଗୁଡ଼ିକ ଉପରେ ନଜର ରହିବ।
ପୌରାଞ୍ଚଳରେ ଭଡ଼ାରେ ଚାଲୁଥିବା ଟାକ୍ସି ଓ ଅଟୋରିକ୍ସାଗୁଡ଼ିକ ଗୋଟିଏ ଦିନ ଅନ୍ତରରେ ଚଳପ୍ରଚଳ କରିବେ।

ହାଟ, ବଜାର ପାଇଁ ନିର୍ଦ୍ଦେଶାବଳୀ
ସମସ୍ତ ବଜାର, ସପିଂ କମ୍ପ୍ଲେକ୍ସ ଓ ହାଟଗୁଡ଼ିକରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ।
ଏଗୁଡ଼ିକରେ ପନିପରିବା, ତେଜରାତି, ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେବ।
କୌଣସି ବି ପରିସ୍ଥିତିରେ ଗୋଟିଏ ସ୍ଥାନରେ ୭ ଜଣଙ୍କଠାରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି।

ସାଧାରଣ ସଭା ସମ୍ପୂର୍ଣ୍ଣ ନିଷିଦ୍ଧ
କୌଣସି ସରକାରୀ ଅଫିସରେ ସଭାସମିତି କରିବାକୁ ଅନୁମତି ଦିଆଯିବନି।
ଅତି ଜରୁରୀ ପରିସ୍ଥିତିରେ ସଭା ଆୟୋଜନ କରିବାକୁ ପଡ଼ିଲେ ପରସ୍ପର ବ୍ୟକ୍ତିଙ୍କ ଭିତରେ ୨ ମିଟର ବ୍ୟବଧାନ ରହିବା ଭଳି ବ୍ୟବସ୍ଥା କରାଯିବ।
କ୍ୟାବିନେଟ୍‌, ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କରାଯିବ।
କୌଣସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର