ବ୍ୟାପୁଛି କରୋନା, ସମ୍ବଲପୁରରେ ୧୫୩ ଚିହ୍ନଟ

ଲଗାତାର ୫ମ ଦିନ ଶହେରୁ ଅଧିକ ସଂକ୍ରମିତ

ସମ୍ବଲପୁର : ପୂରା ପଶ୍ଚିମ ଓଡ଼ିଶାରେ ଏବେ କରୋନା ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ସମ୍ବଲପୁର ଜିଲ୍ଲାରେ ଶୁକ୍ରବାର ସଂକ୍ରମିତଙ୍କ ସଂଖ୍ୟା ୧୫୦ ପାର୍‌ କରିଛି। ଲଗାତାର ଭାବେ ୫ମ ଦିନ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପୂରା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି କରିଛି। ଶୁକ୍ରବାର ଜିଲ୍ଲାରେ ୧୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୫୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୩୭୯କୁ ବୃଦ୍ଧି ପାଇଛି।

ଶୁକ୍ରବାର ଚିହ୍ନଟ ହୋଇଥିବା ୧୫୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୯୦ ଜଣ ରହିଥିବା ବେଳେ ଅନ୍ୟ ବ୍ଲକଗୁଡ଼ିକରୁ ୬୩ ଜଣ ରହିଛନ୍ତି। ଏସ୍‌ଏମ୍‌ସି ଅଧୀନରେ ବୁର୍ଲାରୁ ସର୍ବାଧିକ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦାନିପାଲି, ଅଇଁଠାପାଲିରୁ ୬ ଜଣ,ବୁଢ଼ାରଜା, ହୀରାକୁଦ କଲୋନି ଓ କ୍ଷେତରାଜପୁରରୁ ୪ଜଣ ଲେଖାଏଁ, ଚର୍ଚ୍ଚ ଛକ, ଜଗନ୍ନାଥ କଲୋନି, ବରେଇପାଲି, ମୁଦିପଡ଼ା ଓ ଜ୍ୟୋତି ବିହାରରୁ ୩ ଜଣ ଲେଖାଏଁ, ବୁର୍ଲା ଭିମ୍‌ସାର୍‌, ଏମ୍‌ସିଏଲ୍‌, ଫାଟକ, ଗ୍ରେଟର୍‌ ସମ୍ବଲପୁର, ଜେଲ୍‌ଛକ, ସର୍‌ଲାକାନି, ଶାନ୍ତିନଗର, ପୀର୍‌ ବାବା ଛକ ଓ ହୀରାକୁଦରୁ ୨ଜଣ ଲେଖାଏଁ, ଭତରା, କମଲିବଜାର, ବାଟ୍‌ଗାଉଁ, ସିକିର୍ଡି, ସାକ୍ଷୀପଡ଼ା, କୁଲୁଥକାନି, ମାଲିପଡ଼ା, ଭାଲୁପାଲି, ଲକ୍ଷ୍ମୀଟକିଜ, ଗୋପାଲମାଲ, ଦଳେଇପଡା, ବୈଦନାଥ ଛକ ଓ ପରଧିଆପାଲିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ବାମରା ବ୍ଲକରୁ ୨୬, ରେଙ୍ଗାଲିରୁ ୮ଜଣ. ଜମନକିରାରୁ ୭ ଜଣ, ମାନେଶ୍ବର, ଧନକଉଡ଼ା ଓ କୁଚିଣ୍ଡାରୁ ୫ ଜଣ ଲେଖାଏଁ, ରେଢ଼ାଖୋଲରୁ ୪ ଜଣ, ଯୁଯୁମୁରାରୁ ୨ଜଣ ଏବଂ ନାକଟିଦେଉଳ ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ଆଉ ଜଣେ କରୋନାରେ ମୃତ୍ୟୁବରଣ କରିଥିବା ଶୁକ୍ରବାର ସରକାରୀ ଭାବେ ଘୋଷଣା କରାଯାଇଛି। ଏହାକୁ ମିଶାଇ ସରକାରୀ ଭାବେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଶୁକ୍ରବାର ଜିଲ୍ଲାର ଆଉ ୪୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୪୪ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୦୩୫୧ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ବର୍ତ୍ତମାନ ୯୪୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର