ବରଗଡ଼: କିଛି ଦିନ ହେଲା ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି। ପୂର୍ବରୁ ପୌରାଞ୍ଚଳରେ ହିଁ ଆକ୍ରାନ୍ତ ସୀମିତ ଥିଲେ। ଏବେ ବିଭିନ୍ନ ବ୍ଲକ୍କୁ କରୋନା ମାଡ଼ି ଯାଉଛି। ସଂକ୍ରମଣ କ୍ଷୀପ୍ର ଗତିରେ ନଥିଲେ ହେଁ ଏବେଠୁ ସତର୍କତା ଜରୁରୀ ହୋଇପଡ଼ିଛି। ଦୁଇ ଦିନର ପରିସଂଖ୍ୟାନ ଦେଖିଲେ, ଜିଲ୍ଲାର ୭ଟି ବ୍ଳକ୍ରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ତେବେ ଏମାନଙ୍କ ଭିତରୁ କେହି ଡାକ୍ତରଖାନାରେ ଭର୍ତି ହୋଇନଥିବା ଜଣାପଡ଼ିଛି। ସଂଗରୋଧରେ ରୋଗୀମାନେ ଥିବା ସୂଚନା ମିଳିଛି। ବର୍ତମାନ ଯାଏଁ ଜିଲ୍ଲାରେ ଦୈନିକ ସଂକ୍ରମିତ ସଂଖ୍ୟା ଗୋଟିଏ ଅଂକରେ ସୀମିତ ରହିଛି। ମଂଗଳବାର ଜିଲ୍ଲାରେ ୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପଦ୍ମପୁର ଏନ୍ଏସି ୱାର୍ଡ ନମ୍ବର-୨, ପଦ୍ମପୁର ବ୍ଲକ୍ ବୁଢ଼ାପାଲି, ଗାଇସିଲାଟ୍ ବ୍ଲକ୍ର ରାଇସଲପଦର, ପାଇକମାଳର ଟେମରିମାଲ, ବରପାଲିର କଦଲିମୁଣ୍ଡା, ଭଟଲି ବ୍ଲକ୍ ନୂଆଗଡ଼ରୁ ଜଣେ ଲେଖାଏଁ ଏବଂ ବରଗଡ଼ ବ୍ଲକ୍ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋବବାର ଅତାବିରା ବ୍ଲକ୍ରୁ ୩ଜଣ, ବରପାଲିରୁ ୨, ବିଜେପୁର ଏବଂ ପଦ୍ମପୁର ବ୍ଲକ୍ରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଥିଲେ। ତେବେ ରୋଗୀଙ୍କ ପରୀକ୍ଷା କରାଗଲେ ସଂକ୍ରମଣ ମାତ୍ରା ଅଧିକ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/12-17.jpg)