ଓଡ଼ିଶାରେ ୧୫ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ କରୋନା ସଂକ୍ରମଣ ଅଧିକ, ନମୁନା ପରୀକ୍ଷା ୨୦,୦୦୦ ଟପିଲା

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଜା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | ଏ ପର୍ଯ୍ୟନ୍ତ ରାଜ୍ୟରେ ଏପ୍ରିଲ ୨୪ ତାରିଖ ସୁଦ୍ଧା ୨୦୫୯୯ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୪ ତାରିଖରେ ସମୁଦାୟ ୨୧୪୧ଟି ନମୁନା ପରୀକ୍ଷା ହୋଇଛି | ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୯୪ଜଣ କରୋନା ପଜିଟିଭ ଆକ୍ରାନ୍ତଙ୍କ ବାବଦରେ ଜଣାପଡିଥିବାବେଳେ ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି |

ସେହିପରି ଜଣକର ମୃତ୍ୟୁ ହୋଇଥିବାବେଳେ ୬୦ଟି ସକ୍ରିୟ କେସ ରହିଛି | ତେବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରୋଗୀଙ୍କ ବୟସ ୧୫ରୁ ୪୦ ବର୍ଷ ବୋଲି ଜଣାପଡିଛି | ସମୁଦାୟ ୯୪ ପଜିଟିଭଙ୍କ ମଧ୍ୟରୁ ୪୫ ଜଣ ୧୫ରୁ ୪୦ ବର୍ଷ ମଧ୍ୟରେ ହୋଇଥିବାବେଳେ ୨୮ ଜଣ ୪୧ରୁ ୬୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି |

୬୦ ବର୍ଷରୁ ଉର୍ଦ୍ଧ୍ବ କରୋନା ରୋଗୀଙ୍କ ସଂଖ୍ୟା ୧୧ ହୋଇଥିବାବେଳେ ୧୦ ଜଣ କରୋନା ରୋଗୀଙ୍କ ବୟସ ୦ରୁ ୧୪ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ସେହିପରି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୭ ଜଣ ପୁରୁଷ ହୋଇଥିବାବେଳେ ୨୭ ଜଣ ମହିଳା ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର