ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ରାଜ୍ୟର୨୮ ଜଣ ବ୍ୟକ୍ତି ଚିହ୍ନଟ, ୨୫ଜଣଙ୍କର କରୋନା ରିପୋର୍ଟ ନେଗଟିଭ୍, ୩ଜଣଙ୍କର ରିପୋର୍ଟ ପଜିଟିଭ୍

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ରାଜ୍ୟର୨୮ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି| ଏମାନେ ସମସ୍ତ ପରୀକ୍ଷିତ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି | ଏଥିରେ କୁହାଯାଇଛି ଯେ ସେମାନଙ୍କ ମଧ୍ୟରୁ ୨୫ଜଣଙ୍କର କରୋନା ରିପୋର୍ଟ ନେଗଟିଭ୍ ଆସିଥିବା ବେଳେ
୩ ଜଣଙ୍କର ରିପୋର୍ଟ ପଜିଟିଭ୍ । ଏହି ତିନିଜଣଙ୍କ ଭିତରୁ କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏଁ ବୋଲି ଏଥିରେ କୁହାଯାଇଛି।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ପୁଣି ଅନୁରୋଧ କରାଯାଇଛି। ଏଥିରେ ଲେଖା ଅଛି:
‘ଆମେ ପୁଣି ଥରେ ସମସ୍ତଙ୍କୁ ଅନୁରୋଧ କରୁଛୁ, ଯେଉଁମାନେ ନିଜାମୁଦ୍ଦିନ ଘଟଣା ସହିତ ଜଡ଼ିତ ଅଛନ୍ତି, ସ୍ବେଚ୍ଛାକୃତ ଭାବରେ ୧୦୪କୁ କଲ କରନ୍ତୁ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରନ୍ତୁ | ଭୟଭୀତ ଓ ଲୁଚିବାର କୌଣସି ଆବଶ୍ୟକତା ନାହିଁ | ଏହିପରି ବ୍ୟକ୍ତିଙ୍କ ବିଷୟରେ ଯେକୌଣସି ସୂଚନା ଥିବା ବ୍ୟକ୍ତି ୧୦୪କୁ ଜଣାଇ ପାରନ୍ତି | ଆପଣଙ୍କୁ ସୁରକ୍ଷିତ ରଖିବାରେ ଆମକୁ ସାହାଯ୍ୟ କରନ୍ତୁ |’

Image Source: Zee News

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ଟୋଲ୍ ଫ୍ରି’ ନମ୍ବର ୧୦୪କୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ବି ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେବଳ ସଚେତନା ଦ୍ୱାରା ହିଁ, ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର କିଛି ନାହିଁ, କିନ୍ତୁ ଆମକୁ ସାବଧାନ ରହିବାକୁ ହେବ।

ସମ୍ବନ୍ଧିତ ଖବର