୫ ସଂକ୍ରମିତ ଅଞ୍ଚଳରେ ୮୫ ସନ୍ଦିଗ୍ଧ ଚିହ୍ନଟ; ୮,୯୪୪ ଘରେ ୪୨,୭୪୮ ଜଣ ସଙ୍ଗରୋଧ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୫ଟି ସଂକ୍ରମିତ ଅଞ୍ଚଳ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା ସୂର୍ଯ୍ୟନଗର, ଆଜାଦ ନଗର (ସୁନ୍ଦରପଦା), ଡୁମଡୁମା (ଯଦୁପୁର), ବମିଖାଲ, ସତ୍ୟନଗର ଓ ଆଇବି କଲୋନି। ଏଠାରେ ପ୍ରାୟ ୮୯୯୪ଟି ଘରେ ୪୨,୭୪୮ଜଣ ବାସ କରୁଥିବା ବେଳେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ବିଏମ୍‌ସି ଦ୍ବାରା ହୋଇଥିବା ସର୍ଭେରେ ୮୫ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ଏମାନେ ଅସୁସ୍ଥ ବୋଲି ବିଏମ୍‌ସି ରିପୋର୍ଟ କରିଛି। ଏଥିରୁ ୬୯ଜଣଙ୍କୁ ନୂଆ ଚିହ୍ନଟ କରାଯାଇଥିବା ବେଳେ ୧୬ଜଣ ପୁରୁଣା। ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟନଗର ଅଞ୍ଚଳରେ ୩୭ଜଣ ଅସୁସ୍ଥ ଚିହ୍ନଟ ହୋଇଥିବାବେଳେ ଆଜାଦ୍‌ ନଗରରେ ୩ଜଣ, ଡୁମଡୁମାରେ ୯ଜଣ, ବମିଖାଲ ୨୨ଜଣ, ସତ୍ୟନଗରରେ ୧୧ଜଣ ଓ ଆଇବି କଲୋନିରେ ୩ଜଣ ଅସୁସ୍ଥ ଥିବା ରିପୋର୍ଟ ହୋଇଛି। ଏମାନଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରି ତାଙ୍କର ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର