ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ କରୋନାର ଦ୍ବିତୀୟ ଷ୍ଟ୍ରେନ୍ ଆତଙ୍କ ବଢ଼ିବା ପରେ ବିଏମ୍ସି ପକ୍ଷରୁ ଭୁବନେଶ୍ବର ପାଇଁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜିଠାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ କରୋନା ପରୀକ୍ଷା କେନ୍ଦ୍ର ଖୋଲିଛି। ଯେତିକି ସମୟ ବିମାନ ଚଳାଚଳ କରିବ, ସେତିକି ସମୟ ବିଏମ୍ସି କର୍ମଚାରୀ ବିମାନବନ୍ଦରରେ ଉପସ୍ଥିତ ରହିବେ।
ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ବିମାନରେ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କର ବିମାନବନ୍ଦରରେ ସ୍କ୍ରିନିଂ କରାଯିବ। ଯଦି କୌଣସି ବ୍ୟକ୍ତିଙ୍କର କିଛି ଲକ୍ଷଣ ଥିବା ଦେଖାଯାଏ, ସେମାନଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ। ଆଜିଠାରୁ ଗୋଟିଏ ଟିମ୍ ବିମାନବନ୍ଦରରେ ମୁତୟନ ହୋଇଥିବା ବେଳେ ଗୁରୁବାରଠାରୁ ଦୁଇଟି ଟିମ୍ ବିମାନବନ୍ଦରରେ ମୁତୟନ ହେବେ। ତେବେ ରେଳ ଷ୍ଟେସନ୍ରେ ଯାତ୍ରୀଙ୍କର ବାଧ୍ୟତାମୂଳକ ସ୍କ୍ରିନିଂ ଓ କରୋନା ପରୀକ୍ଷା ନେଇ କିଛି ନିଷ୍ପତ୍ତି ହୋଇ ନଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/air-port.jpg)