ବାରିପଦା: ରାଜ୍ୟ ବାହାରୁ, ଭୁବନେଶ୍ବରରୁ କିମ୍ବା ପ୍ରଭାବିତ ଜିଲ୍ଲାରୁ ମୟୂରଭଞ୍ଜକୁ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର କରୋନା ପରୀକ୍ଷା କରାଯିବ। ଆଜିଠାରୁ ଜିଲ୍ଲାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଉକ୍ତ ସ୍ଥାନରୁ ଆସିଥିବା ଲୋକମାନେ ଲକ୍ଡାଉନ ସଂପର୍କିତ ସରକାରଙ୍କ ନିୟମକୁ ଅଣଦେଖା କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ସେହିପରି ପିଆର୍ଏମ ମେଡିକାଲ୍ କଲେଜ ଏଣ୍ଡ୍ ହସ୍ପିଟାଲରେ କରୋନା ପରୀକ୍ଷା ନେଇ ଖୁବ୍ ବ୍ୟବସ୍ଥା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ମୟୂରଭଞ୍ଜରେ ସାଧାରଣ ଲୋକଙ୍କ କରୋନା ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜରୁ ୩୧୭ଟି ନମୁନା କରୋନା ପରୀକ୍ଷା ପାଇଁ ଯାଇଛି। ସେଗୁଡିକ ମଧ୍ୟରୁ ୨୨୨ଟି ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି। ବାକି ୯୫ଟି ରିପୋର୍ଟ ଆସିନାହିଁ। ସେହିପରି ଜିଲ୍ଲାକୁ ୯୮ଜଣ ବିଦେଶ ଫେରନ୍ତା ଆସିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ସମସ୍ତେ କ୍ବାରାଣ୍ଟିନ୍ ସମାପ୍ତ ମଧ୍ୟ କରିସାରିଛନ୍ତି। ୧୨ହଜାର ୧୫୯ଜଣ ବ୍ୟକ୍ତି ରାଜ୍ୟ ବାହାରୁ ମୟୂରଭଞ୍ଜକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ହଜାର ୭୦୮ଜଣଙ୍କର କ୍ବାରାଣ୍ଟିନ୍ ସମାପ୍ତ ହୋଇସାରିଛି। ୪୫୧ଜଣଙ୍କର କ୍ବାରାଣ୍ଟିନ୍ ସମୟ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ରାଜ୍ୟ ବାହାର ପ୍ରଭାବିତ ଜିଲ୍ଲାରୁ ମୟୂରଭଞ୍ଜକୁ ଆସିଥିବା ସମସ୍ତଙ୍କର ହେବ କରୋନା ପରୀକ୍ଷା
ଜିଲ୍ଲାରେ ୩୧୭ରୁ ୨୨୨ ନେଗେଟିଭ୍, ଆସିନି ୯୫ ନମୁନା ରିପୋର୍ଟ
/sambad/media/post_attachments/wp-content/uploads/2020/04/Corona-Positive-VCU-News.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)