ମୋବାଇଲ ଭ୍ୟାନ୍‌ ଜରିଆରେ ହେବ କରୋନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟକୁ ଆଗାମୀ ଦିନରେ ମୋବାଇଲ ଭ୍ୟାନ୍‌ ବୁଲି ବୁଲି କରୋନା ପରୀକ୍ଷା କରିବ। ଏବେ କେବଳ ଗଞ୍ଜାମ ଜିଲ୍ଲାରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ଜାରି ରହିଛି। ଆଗକୁ ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ‌ନିଆଯାଇ ଥିବାରୁ ମୋବାଇଲ ଭ୍ୟାନ୍‌ ଜରିଆରେ ନମୁନା ସଂଗ୍ରହ ସହଜ ହେବ। ମାତ୍ର ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଜାତୀୟ ଜୀବ ପ୍ରତିଷ୍ଠାନ ବା ଆଇଏଲଏସ୍‌ର ନିର୍ଦେଶକ ଅଜୟ ପରିଡ଼ା।

ସମ୍ବନ୍ଧିତ ଖବର