କରୋନା ନିୟନ୍ତ୍ରଣ ପାଇଁ ଆନ୍ତରିକତା ଥିଲେ ଟେଷ୍ଟିଂ ବଢ଼ାନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେପରି ପରିମାଣରେ ବଢ଼ିବାରେ ଲାଗିଛି ସେତିକି ପରିମାଣରେ ଟେଷ୍ଟିଂ ସଂଖ୍ୟା ବଢ଼ୁନି। ଏବେସୁଦ୍ଧା ବାହାର ରାଜ୍ୟରୁ ଫେରିଥିବା ୭୦%ରୁ ୮୦% ଲୋକଙ୍କୁ ସ୍ବାବ୍‌ ପରୀକ୍ଷା ହୋଇନାହିଁ। ସରକାର ଯଦି ଆନ୍ତରିକତା ସହିତ କରୋନା ନିୟନ୍ତ୍ରଣ ପାଇଁ ଚିନ୍ତିତ ତାହେଲେ ଅଧିକରୁ ଅଧିକ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ କଂଗ୍ରେସ ପୁଣି ଥରେ ସରକାରଙ୍କୁ ଅନୁରୋଧ କରିଛି।

ଆଜି ଦଳୀୟ ନେତା ସୁଦର୍ଶନ ଦାସ ଏକ୍ ପ୍ରେସ୍‌ ବିବୃତି ଜାରି କରି କହିଥିଲେ, ସୋମବାର ରାଜ୍ୟରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୨୮ ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିବାବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେସୁଦ୍ଧା ରାଜ୍ୟରେ ମୋଟ୍‌ ୪ ହଜାର ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଗତମାସ ୧୫ ତାରିଖରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପ୍ରିଲ ୨୮ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ଦୈନିକ ୧୫ ହଜାର ଟେଷ୍ଟିଂ କରାଯିବ ବୋଲି ଘୋଷଣା କରିଥିଲେ। ଅଥଚ ମେ ମାସରେ ଯେତିକି ହେଉଥିବା ଜୁନ୍‌ ମାସରେ ଅଧାକୁ ଚାଲିଆସିଲାଣି। ଏବେ ଦିନକୁ ୩ ହଜାର ଟେଷ୍ଟିଂ ବି ହୋଇପାରୁନି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର